The Ultimate Managed Hosting Platform
ADVERTISEMENT

ତୁର୍କୀର ରିସୋର୍ଟରେ ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୬୭କୁ ବୃଦ୍ଧି

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ତୁର୍କୀର ସ୍କି ରିସୋର୍ଟ ହୋଟେଲରେ ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୭୬କୁ ବୃଦ୍ଧି ଘଟିଛି । ବର୍ତ୍ତମାନ ୫୧ ଜଣ ଆହତ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବୋଲୁରେ ଥିବା ୧୨ ମହଲା ବିଶିଷ୍ଟ ଗ୍ରାଣ୍ଡ କର୍ତ୍ତାଲ ହୋଟେଲରେ ୨୩୪ ଜଣ ଅତିଥି ଥିଲେ । ନିଆଁ ଲାଗିବାରୁ ଲୋକମାନେ ଭୟରେ ଝରକା ଦେଇ ଡେଇଁ ପଡ଼ିଥିଲେ । କିଛି ଲୋକ ଚାଦର ଓ କମ୍ବଳ ଘୋଡ଼େଇ ହୋଇ ହୋଟେଲରୁ ସୁରକ୍ଷିତ ଭାବେ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ । ତେବେ ପ୍ରବଳ ଧୂଆଁ ଯୋଗୁଁ ବାହାରକୁ ଆସିବାର ରାସ୍ତା ଖୋଜିବା ଅନେକଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି । ଏହି ଘଟଣାରେ ହୋଟେଲ ମାଲିକଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login