The Ultimate Managed Hosting Platform
ADVERTISEMENT

ତାପଙ୍ଗ ଖଣିରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର; ପୁରୁଷ ବନ୍ଧୁ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ତାପଙ୍ଗ ଖଣିରୁ ନିଖୋଜ ଯୁବତୀଙ୍କ କଙ୍କାଳ ଉଦ୍ଧାର ଘଟଣା । ପୁରୁଷ ବନ୍ଧୁ ଦେବାଶିଷ ବିଷୋୟୀକୁ ଗିରଫ କଲା ଭରତପୁର ପୋଲିସ । ପୁରୁଷ ବନ୍ଧୁ ହତ୍ୟା କରିଥିବା ନେଇ ସୂଚନା ଦେଲେ ପୋଲିସ କମିଶନର । ନିଖୋଜର ୮ ମାସ ପରେ ଗତକାଲି ଯୁବତୀଙ୍କ କଙ୍କାଳ ଉଦ୍ଧାର ହୋଇଥିଲା । ଜାନୁଆରୀରୁ ଭୁବନେଶ୍ୱର ଭରତପୁର ଅଞ୍ଚଳରୁ ଯୁବତୀ ନିଖୋଜ ଥିଲେ । ସୂଚନା ଅନୁସାରେ ଶୁକ୍ରବାର କଳିଙ୍ଗମୁଣ୍ଡିଆରେ ଥିବା ଏକ ପଥର ଖଣି ପରିସରରୁ ଯୁବତୀଙ୍କ ମୃତଦେହ ଜବତ ହୋଇଥିଲା । ଯୁବତୀ ଜଣକ ଭରତପୁର ଥାନା ଅଞ୍ଚଳର । ମୃତ ଯୁବତୀଙ୍କ ନାଁ ନିରୁପମା ପରିଡ଼ା ଓରଫ ମିତା । ସେ ଭୁବନେଶ୍ୱର ଭରତପୁର ଅଞ୍ଚଳରେ କେୟାର୍ ଟେକର ଭାବେ କାମ କରୁଥିଲେ । ଗତ ଜାନୁୟାରୀ ସେ ନିଖୋଜ ହୋଇଯାଇଥିଲେ । ଏ ନେଇ ପରିବାର ଲୋକେ ଭରତପୁର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଯୁବତୀଙ୍କ ପତ୍ତା ପାଇ ନ ଥିଲା । ୮ମାସ ପରେ ଦେବାଶିଷକୁ ଧରି ପଚରାଉଚରା କରିବାରୁ ସେ ହତ୍ୟା କରିଥିବା ସ୍ଵୀକାର କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login