ଭୁବନେଶ୍ବର : ତାତିରୁ ମିଳିବନି ନିସ୍ତାର, ୧୧ରୁ ବଢ଼ିବ ସୂର୍ୟ୍ୟଙ୍କ ପ୍ରକୋପ । ସ୍ୱାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବଢିବ ପାରଦ । ଉପାନ୍ତରୁ ଉପକୂଳ ସବୁଠି ବୃଦ୍ଧି ହେବ ତାପମାତ୍ରା। ଆଗାମୀ ୩ ଦିନ ଯାଏ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ଏବେ ରାତିର ତାପମାତ୍ରା ସର୍ବନିମ୍ନ ତାପମାତ୍ରା ସ୍ଟାଭାବିକଠୁ ଅଧିକ ରହୁଛି। ସେହିପରି ଦିନର ତାପମାତ୍ରା ମଧ୍ୟ କିଛି ସ୍ଥାନରେ ଅଧିକ ରହୁଥିବାରୁ ତାତି ଅନୁଭୂତ ହେଉଛି। ଗତକାଲି ୧୧ଟି ସହରର ଦିନ ତାପମାତ୍ରା ୩୬ ଡିଗ୍ରି ସେଲସିୟସ କିମ୍ବା ତାଠାରୁ ଅଧିକ ରେକର୍ଡ କରାଯାଇଛି। ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି।
Views: 106











