The Ultimate Managed Hosting Platform
ADVERTISEMENT

ତମାଖୁ ବିଜ୍ଞାପନକୁ ପାଦରେ ଏଡାଇ ଦେଲେ ଅଲ୍ଲୁ ଅର୍ଜୁନ୍

Facebook
Twitter
LinkedIn

ହାରୁଖ ଖାନଙ୍କ ପରେ ଅଜୟ ଦେବଗନ ଏବଂ ଅକ୍ଷୟ କୁମାର ବିମଲର ବିଜ୍ଞାପନରେ ଯୋଗ ଦେଇଛନ୍ତି। ଯାହାପରେ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି। ପୂର୍ବତନ ସେନ୍ସର ବୋର୍ଡର ଅଧ୍ୟକ୍ଷ ପହଲଜ ନିହାଲାନି ମଧ୍ୟ ଏହି ପ୍ରସଙ୍ଗରେ ଅସନ୍ତୋଷ ବ୍ୟକ୍ତ କରିସାରିଛନ୍ତି। କିଛି ସମୟ ପୂର୍ବରୁ ଅମିତାଭ ବଚ୍ଚନ ମଧ୍ୟ ଏକ ପାନ ମସାଲ କମ୍ପାନୀର ବିଜ୍ଞାପନରେ ଥିଲେ। ସୋସିଆଲ ମିଡିଆରେ ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ଖବର ପାଇବା ପରେ ବିଗ୍ ବି ଏହି କମ୍ପାନୀ ସହିତ କଣ୍ଟ୍ରାକ୍ଟ କ୍ୟାନ୍ସଲ୍ କରିଦେଲେ ଏବଂ ନେଇଥିବା ଫି’କୁ ମଧ୍ୟ ଫେରସ୍ତ କରିଦେଇଥିଲେ।

କିନ୍ତୁ ଏବେ ଖବର ଆସୁଛି ଯେ ଅଲ୍ଲୁ ଅର୍ଜୁନଙ୍କୁ ଏକ ତମାଖୁ ବ୍ରାଣ୍ଡ ଅଫର୍ କରିଛି। ଯାହାକୁ ସେ ପ୍ରତ୍ୟାଖାନ କରିଛନ୍ତି। ସୂଚନା ଅନୁଯାୟୀ, ଅଲ୍ଲୁ ଅର୍ଜୁନଙ୍କୁ ଏକ ତମାଖୁ କମ୍ପାନୀ ବ୍ରାଣ୍ଡ୍ ଏଣ୍ଡୋର୍ସମେଣ୍ଟ ପାଇଁ ମୋଟା ଅଙ୍କର ଅର୍ଥ ଅଫର କରିଥିଲା। ତେବେ ଏଭିନେତା ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କାରଣ ସେ ନିଜେ ତମାଖୁ ଖାଆନ୍ତି ନାହିଁ। ଅଲ୍ଲୁ କହିଛନ୍ତି, ସେ ଚାହୁଁ ନାହାଁନ୍ତି ଯେ ତାଙ୍କ ପ୍ରଶଂସକ ବିଜ୍ଞାପନ ଦେଖିବା ପରେ ଏହି ପ୍ରଡକ୍ଚ ଖାଇବା ଆରମ୍ଭ କରନ୍ତୁ ଏବଂ କୌଣସି ଖରାପ ଅଭ୍ୟାସରେ ପଡନ୍ତୁ। ଫିଲ୍ମରେ ଧୂମପାନ କରିବା ତାଙ୍କ ହାତରେ ନାହିଁ କିନ୍ତୁ ଯେତେବେଳେ ବି ସମ୍ଭବ, ସେ ଏହାକୁ ଏଡାଇବା ପାଇଁ ବାର୍ତ୍ତା ଦିଅନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login