କଟକ : ବଡ଼ ପୋଷ୍ଟରେ ଥାଇ ମଧ୍ୟ କରୁଥିଲା ସାଇବର ଠକେଇ । ସ୍ବଳ୍ପ ନିବେଶରେ ଅଧିକ ଲାଭ ପାଇବାର ଲୋଭ ଦେଖାଇ ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଚୂନା ଲଗାଉଥିଲା । କିନ୍ତୁ ସବୁ ଚାଲାକି ଫିକା ପଡ଼ିଲା ପୋଲିସ ଆଗରେ । ଲୋକଙ୍କ ଠାରୁ ଲୁଟି ନିଜ ପକେଟ ଗରମ କରିବ ସେହି ଚିନ୍ତାରେ ଥିଲା ଡିପ୍ଲୋମା ଇଞ୍ଜିନିୟର ସୁରେନ୍ଦ୍ର ସାହୁ ଜଣେ ଯୁବକ । ସାଇବର ଠକ ଡିପ୍ଲୋମା ଇଞ୍ଜିନିୟର ସୁରେନ୍ଦ୍ର ସାହୁକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ବିଭିନ୍ନ ଲୋକଙ୍କ ଠାରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ କରିଥିଲା ସୁରେନ୍ଦ୍ର । ଥାଇଲାଣ୍ଡକୁ ତିନି ମାସିକା ଭିସାରେ ଯାଇ ସେଠାରେ ଏକ କମ୍ପାନୀ କରିଥିବା ନେଇ ଲୋକଙ୍କୁ ବିଶ୍ୱାସ ଦେଇଥିଲା । ଅଧିକ ଟଙ୍କା ରିଟର୍ଣ୍ଣ ଲୋଭ ଦେଖାଇ କଟକର ଜଣଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଠକି ନେଇଥିବା ସାଇବର ଥାନାରେ ଅଭିଯୋଗ ହୋଇଥିଲା । ତେବେ ସାଇବର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ରାୟଗଡ଼ାରୁ ତାକୁ ଗିରଫ କରିଛି । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି ସେ ନେଇ ତଦନ୍ତ ଜାରି ରହିଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ଜଗମୋହନ ମୀନା ।
ଡିପ୍ଲାମୋ ଇଞ୍ଜିନିୟର ହୋଇ ବି ଲୋକଙ୍କୁ ଠକୁଥିଲା , ଏବେ ସାଇବର ପୋଲିସ ହାତରେ ଧରା ପଡିଲା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...