The Ultimate Managed Hosting Platform
ADVERTISEMENT

ଡିନର୍-ଡେଟରେ ନଜର ଆସିଲେ ରାଘବ-ପରିଣୀତି

Facebook
Twitter
LinkedIn

ମୁମ୍ବାଇ: ନିଜ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା। ଗତ କିଛି ଦିନ ହେଲାଣି ପରିନୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଛି। ଗତକାଲି ତାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ୍କୁ ଡିନର୍ ଡେଟ୍ରେ ଯାଉଥିବାର ଦେଖିବାକୁ ମିଳିଛି। ସେମାନଙ୍କୁ ଏକତ୍ର ଦେଖିବା ପରେ ବାହାଘର କେବେ ବୋଲି କିଛି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ବି କରିଛନ୍ତି। ତେବେ ସେମାନେ ଆଗାମୀ ୧୩ ତାରିଖରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ସୂଚନା ରହିଛି। ତେବେ ଏଯାଏ ବି ପରିଣୀତି ଓ ରାଘବ ସେମାନଙ୍କ ପ୍ରେମ ସଂପର୍କ କିମ୍ବା ନିର୍ବନ୍ଧ, ବିବାହ ଆଦି କୌଣସି ବି ବିଷୟରେ ପଦୁଟିଏ କହିନାହାନ୍ତି। ପରିଣୀତି ଏକ କଳା ରଂଗର ପୋଷାକ ପିନ୍ଧିଥିବା ବେଳେ ରାଘବ ନୀଳ ରଂଗର ସାର୍ଟ ପରିଧାନ କରି ଖୁବ୍ ଆକର୍ଷଣୀୟ ଦିଶୁଛନ୍ତି। ସେମାନଙ୍କ ବିବାହ ଚଳିତବର୍ଷ ଅକ୍ଟୋବରରେ ହେବ ବୋଲି ଅନୁମାନ କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login