The Ultimate Managed Hosting Platform
ADVERTISEMENT

ଡବଲ ମର୍ଡର ଘଟଣାରେ ଦୋଷୀକୁ ଫାଶି

Facebook
Twitter
LinkedIn

ନୟାଗଡ : ଡବଲ ମର୍ଡର ମାମଲାରେ ହତ୍ୟାକାରୀକୁ ଫାଶି ଦଣ୍ଡ । ଦୋଷୀ ନିରଞ୍ଜନ ମଲ୍ଲିକକୁ ଫାଶି ଦଣ୍ଡାଦେଶ କଲେ ଓଡଗାଁ ଏଡିଜେ । ୨୦୧୯ କୁଶଢିପି ଗାଁରେ ୨ ଜଣଙ୍କୁ ବୀଭତ୍ସ ହତ୍ୟା ହୋଇଥିଲା । ୨୭ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦଣ୍ଡାଦେଶ ଦେଲେ କୋର୍ଟ । ସୂଚନା ଅନୁଯାୟୀ ୨୦୧୯ ମସିହାରେ ଓଡଗାଁ ଏନଏସି ଅଂଚଳରେ ଅଭିଯୁକ୍ତ ନିରଞ୍ଜନ ଏକ କାଠ ଫାଳିଆରେ ବଦନୀ ସାହୁକୁ ଆକ୍ରମଣ କରିଥିଲା । କିଛି ସମୟ ପରେ ଓଡଗାଁ ପରିବାର ମାର୍କେଟର ଜଗୁଆଳି ଲୋଚନ ସେଠିକୁ ଆକ୍ରଣଣ କରିଥିଲା । ପୁଣି ସେହି କାଠ ଫାଳିଆରେ ଆଉ ୩ ଜଣଙ୍କୁ ମଧ୍ୟ ଆକ୍ରମଣ କରିଥିଲା । ଫଳରେ ୫ ଜଣ ଆହତ ହୋଇଥିଲେ । ସେମାନଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ବଦନୀ ସାହୁ ଓ ଲୋଚନ ସେଠୀକୁ ମୃତ ଘୋଷଣା କରିଥିଲେ । ଅନ୍ୟ ୩ ଜଣ କଟକ ସ୍ଥାନାନ୍ତରିତ ହୋଇଥିଲେ । ଏହି ମାମଲାରେ ଓଡଗାଁ ଥାନା ପୋଲିସ ନିରଞ୍ଜନକୁ ଗିରଫ କର୍ି କୋର୍ଟ ଚାଲାଣ କରିଥିଲା । ଦୋଷୀକୁ ଫାଶୀ ଦଣ୍ଡାଦେଶ ସହ ୫୦ ହଜାର ଜୋରିମାନା ଦେବାକୁ ଓଡଗାଁ ଅତିରିକ୍ତ ଦୈାରା ଜଜ ଶୁଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login