ଭୁବନେଶ୍ୱର : ଆଜି ପୁଣି ଟ୍ୱିନ ସିଟିକୁ ରେଡ୍ ଆଲର୍ଟ ଜାରି । ଭୁବନେଶ୍ୱର ଓ କଟକରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା । ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ରେଡ ଆଲର୍ଟ । ତେବେ ଏହି ତାପମାତ୍ରା ଆହୁରି ବୃଦ୍ଧି ପାଇବ । ୨ ଦିନ ମଧ୍ୟରେ ରାଜ୍ୟରେ ତାତି ଆହୁରି ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏ ନେଇ ଟ୍ୱିନ ସିଟିକୁ ରେଡ ଆଲର୍ଟ କରାଯାଇଛି । ଖରା ତାତିରେ ଦେହ ହାତ ପୋଡି ଗଲା ଭଳି ଲାଗୁଛି । ରାଜ୍ୟରେ ଏବେ ପ୍ରତିଦିନ ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ଅନ୍ୟପଟେ ଆଜି ସକାଳ ୮ଟା ୩୦ ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାରିପଦା ।
Views: 100