ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା । ଟ୍ରମ୍ପଙ୍କ ଟାରିଫକୁ ବେଆଇନ କହିଲେ ଆମେରିକା କୋର୍ଟ । ଆମେରିକା ଅପିଲସ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଟାରିଫ କିମ୍ବା ଟିକସ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କ ନାହିଁ କହିଲେ କୋର୍ଟ । ତେବେ ଅକ୍ଟୋବର ୧୪ ଯାଏଁ ଟାରିଫ ଜାରି ରଖିବାକୁ କୋର୍ଟଙ୍କ ଅନୁମତି । କୋର୍ଟଙ୍କ ଫଇସଲାକୁ ପକ୍ଷପାତପୂର୍ଣ୍ଣ କହି ସମାଲୋଚନା କଲେ ଟ୍ରମ୍ପ । ଟାରିଫ ଦେଶର ହିତ ପାଇଁ , ଏଭଳି ଫଇସଲା ଦେଶକୁ ବରବାଦ କରିଦେବ । ଆମେ ସୁପ୍ରିମକୋର୍ଟ ଯିବୁ, ଆଗକୁ ବି ଟାରିଫ ଜାରି ରଖିବୁ ବୋଲି କହିଛନ୍ତି ଟ୍ରମ୍ପ । ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇପାରେ ।
ସୂଚନାନୁଯାୟୀ, ରାଷ୍ଟ୍ରପତିଙ୍କୁ ସମସ୍ତ ଜରୁରୀ ପରିସ୍ଥିତି ପାଇଁ ପଦକ୍ଷେପ ନେବାର କ୍ଷମତା ଦେଇଛି ଆଇନ । କିନ୍ତୁ ଟାରିଫ ଲଗାଇବାର କ୍ଷମତା ଦିଆଯାଇନାହିଁ । ଏହା ସହିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ ଏମରଜେନ୍ସି ପାୱାର୍ସ ଆକ୍ଟର କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ମଧ୍ୟ କୋର୍ଟ କହିଛନ୍ତି । ୱାଶିଂଟନ ଡିସିର ଫେଡେରାଲ ସର୍କିଟ କୋର୍ଟ ଅଫ ଅପିଲ୍ସର ନିଷ୍ପତ୍ତି ୨ଟି ପର୍ୟ୍ୟାୟରେ ଟାରିଫ ଲାଗୁ କରାଯାଇପାରିବ । ଗୋଟିଏ ଏପ୍ରିଲରେ ଲାଗୁ କରାଯାଇଥିବାବେଳେ ଦ୍ବିତୀୟଟି ଫେବୃଆରୀରେ ଚୀନ୍, କାନାଡା ଏବଂ ମେକ୍ସିକୋ ଉପରେ ଲାଗୁ ହୋଇଥିବା ଶୁଳ୍କ ।
ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଧକ୍କା । ଟ୍ରମ୍ପଙ୍କ ଟାରିଫ ବେଆଇନ ; ଆମେରିକା କୋର୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











