ପୁଣେ : ମହାରାଷ୍ଟ୍ର ପୁଣେରେ ଭୟଙ୍କର ସଡକ ଦୁର୍ଘଟଣା । ପୁଣେର ନାରାୟଣ ଗାଁ ଅଞ୍ଚଳରେ ଘଟିଛି ଦୁର୍ଘଟଣା । ଦ୍ରୁତଗାମୀ ଟ୍ରକ ଏକ କାରକୁ ଧକ୍କା ଦେବା ପରେ କାରଟି ସେଠାରେ ଛିଡା ହୋଇଥିବା ଏକ ବସ ସହ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ୯ ଜଣଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ହି ଦୁର୍ଘଟଣା ପୁଣେ-ନାସିକ ରାଜପଥରେ ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ଘଟିଛି । ଦୁର୍ଘଟଣାରେ ୪ ମହିଳା, ୪ ପୁରୁଷ ଓ ଜଣେ ଶିଶୁର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୁଣେ ପ୍ରଶାସନ ତରଫରୁ କୁହାଯାଇଛି । ଖବର ପାଇ ସ୍ଥାନୀୟ ବିଧାୟକ ଶରଦ ସୋନୱଣେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି ।
Views: 48