ଖଲ୍ଲିକୋଟ : ଟ୍ରକକୁ ପଛରୁ ପିଟିଲା ବସ । ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଛନ୍ତି । ଏନଏଚ ୧୬ ଲଙ୍ଗଳେଶ୍ୱର ଛକ ନିକଟରେ ଦୁର୍ଘଟଣା ଘଟିଛି । ବସଟି ଭୁବନେଶ୍ୱରରୁ ଆସିକା ଯାଉଥିଲା , ଡ୍ରାଇଭର ଓ ହେଲପର ଫେରାର । ବାଲୁଙ୍କେଶ୍ୱର ନାମକ ଏକ ଘରୋଇ ବସ ଭୁବନେଶ୍ଵରରୁ ଆସିକା ଯାଉଥିବା ବେଳେ ଟ୍ରକ ପଛ ପଟେ ପିଟି ହୋଇଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଛି। ଘଟଣାର ତଦନ୍ତ ଜାରି ରହିଛି ।
Views: 29