ବାଲୁଗାଁ : ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ । ଦୁର୍ଘଟଣାରେ ଚାଲିଗଲା ହେଲପରର ଜୀବନ । ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଭୁବନେସ୍ୱର ସ୍ଥାନାନ୍ତର । ୧୬ ନଂ ଏନଏଚ ବାଣପୁର ଥାନା ବେଲପଡା ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାରେ ଛିଡା ହୋଇଥିବା ଟ୍ରକକୁ ପଛରୁ ଆଉ ଏକ ଟ୍ରକ ଧକ୍କା ଦେଇଥିଲା । ଖବର ପାଇ ବାଲୁଗାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଚି ଗ୍ୟାସ କଟରରେ କାଟି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ । ଅନ୍ୟପଟେ ବାଣପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 56