The Ultimate Managed Hosting Platform
ADVERTISEMENT

ଟେଣ୍ଟ ତଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ।

Facebook
Twitter
LinkedIn

ସ୍ବାଧୀନତାର ୭୫ ବର୍ଷ ପରେ ଟେଣ୍ଟ ତଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ କଥା ଟି ହୁଏତ ସହଜରେ ବିଶ୍ୱାସ ହେଉ ନଥିବ। ତେବେ ଏ କୌଣସି ଉପାନ୍ତ ଅଞ୍ଚଳ ର ନୁହଁ, ଏ ହେଉଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ କଇଁ ନଗରୀ ପଞ୍ଚାୟତର। ତେବେ ପଞ୍ଚାୟତଟି ନୁଆକରି ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଘୋଷଣା ହୋଇଥିଲା। ପୂର୍ବରୁ ସାହାଡ଼ା ପଞ୍ଚାୟତ ରେ ମିଶିକରି ରହିଥିଲା। ତେବେ ଚଳିତ ପଞ୍ଚାୟତ ନିର୍ବାଚନ ରେ ପୂର୍ବତନ ସରପଞ୍ଚ ଙ୍କ ସମର୍ଥିତ ପ୍ରାଥି ପରାଜିତ ହେଲେ ବୋଲି, ଆକ୍ରୋଶମୂଳକ ଭାବେ ପଞ୍ଚାୟତ କାର୍ଯ୍ଯାଳୟ ରେ ତାଲା ପକାଇ ରଖିଛନ୍ତି ପୂର୍ବତନ ସରପଞ୍ଚ , ତାଲା ଖୋଲିବା ପାଂଇ ବ୍ଲକ ଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ଯ କୌଣସି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି ନୂତନ ସରପଞ୍ଚ ରାଧାବଲ୍ଲଭ ମଣ୍ଡଳ। ତେଣୁ
ବାଧ୍ଯ ହୋଇ ପଞ୍ଚାୟତ ର ବିଭିନ୍ନ କାର୍ଯ୍ଯ ଏବଂ ଲୋକମାନଙ୍କର ଅଭିଯୋଗ ଶୁଣିବା ପାଂଇ ତେଣ୍ଟ ମାରି ମୁଣ୍ଡ ଫଟା ଖରାରେ ସାଙ୍ଗକୁ ଅସହ୍ୟ ଗରମ ରେ ପଞ୍ଚାୟତ କାର୍ଯ୍ଯ ଚଳାଇଛନ୍ତି। ତମ୍ବୁ ତଳେ ଟାଣ ଖରା ରେ ବସି ଲୋକମାନଙ୍କ ର ଅଭିଯୋଗ ଶୁଣିବା ସହ ପଞ୍ଚାୟତ ର ବିଭିନ୍ନ କାର୍ଯ୍ଯ ତୁଲାଉ ଚନ୍ତି।
ତେବେ ଏନେଇ ବସ୍ତା ବିଡିଓ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ଯ ସେ କ୍ଯାମେରା ସାମ୍ନା ରେ କୌଣସି ପ୍ରତିକ୍ରିୟା ଦେବେ ନାଂହି ବୋଲି କହିଛନ୍ତି । ଅନ୍ଯ ପକ୍ଷରେ ପୂର୍ବତନ ସରପଞ୍ଚଙ୍କ ପ୍ରତିନିଧି କିଣାରାମ ସି କହିଛନ୍ତି ପଞ୍ଚାୟତ ଗୃହର ନିର୍ମାଣ କାର୍ଯ୍ଯ ଶେଷ ହୋଇ ନଥିବା ରୁ ପଞ୍ଚାୟତ କାର୍ଯ୍ଯାଳୟ ରେ ତାଲା ପକା ଯାଇଛି , ନିର୍ମାଣ କାର୍ଯ୍ଯ ଶେଷ ହେବା ପରେ ତାଲା ଖୋଲାଯିବା ସହ ତାଙ୍କୁ ହସ୍ତାନ୍ତର କରାଯିବ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login