The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ଟିଏମସି ନେତାଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

Facebook
Twitter
LinkedIn

କୋଲକତା : ଦିନ ଦ୍ୱିପ୍ରହରରେ ଟିଏମସି ନେତାଙ୍କୁ ହତ୍ୟା । ପଶ୍ଚିମବଙ୍ଗର ନଦିୟାର ହଂସଖଲୀ ଥାନା ରାମନଗର ଚମ୍ପାରିୟା ଗାଁରେ ଘଟିଛି ଏଭଳି ଘଟଣା । ହତ୍ୟାର ଶିକାର ହୋଇଥିବା ଟିଏମସିଙ୍କ ନେତାଙ୍କ ନାମ ଅମୋଦ ଅଲ୍ଲୀ ବିଶ୍ୱାସ । ସବୁଦିନ ଭଳି ନେତା ଜଣକ ବଜାରକୁ ଯାଇଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ଦୋକାନ ବାହାରକୁ ଡାକି ଗୁଳିମାଡ କରିଥିଲେ । ନେତା ଜଣକ ଘଟଣା ସ୍ଥଳରେ ଟଳି ପଡିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଟିଏମସି ନେତା ବିଶ୍ୱାସ ବଜାରରେ ଏକ ଚା’ କୋଦାନରେ ବସିଥିଲେ । ଏହି ସମୟରେ ଏଭଳି ଘଟଣା ଘଟିଥିଲା । ଯେଉଁମାନେ ଗୁଳିମାଡ କରିଥିଲେ, ସେମାନେ ମୁହଁରେ କପଡା ବାନ୍ଧିଥିଲେ । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ମାମଲାର ଯାଞ୍ଚ କରୁଛି । ତେବେ ଦିନ ଦ୍ୱିପ୍ରହରରେ ଜଣେ ଟିଏମସି ନେତାକୁ ହତ୍ୟା ପୋଲିସ ଶାସନ ଉପରେ ପ୍ରଶ୍ନ ଉଠାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login