ନୂଆଦିଲ୍ଲୀ : କର୍ଣ୍ଣାଟକରେ ୮୫ ବର୍ଷୀୟ ମହିଳାଙ୍କ ମୃତଦେହ ସହିତ ଦୁଷ୍କର୍ମ । ଅଭିଯୁକ୍ତ ଜଣକ ପ୍ରଥମେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୃଦ୍ଧା ଜଣକ ତାଙ୍କୁ ବିରୋଧ କରିବାରୁ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା ଅଭିଯୁକ୍ତ । ଏହା ପରେ ଶବ ସହିତ ଦୁଷ୍କର୍ମ କରିଥିଲେ । ଏଭଳି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ପୋଲିସ ସୂଚନା ଅନୁସାରେ, ୮୫ ବର୍ଷୀୟ ବୃଦ୍ଧା ଜଣକ ଏପ୍ରିଲ ୧ ତାରିଖରେ ଅରସିକେର ଅଞ୍ଚଳର ଏରେହଲ୍ଲୀ ଗାଁ ନିକଟରେ ଥିବା ଏକ ଖେତରେ କାମ କରିବାକୁ ଯାଇଥିଲେ ଆଉ ଘରକୁ ଫେରିନଥିଲେ । ଘର ଲୋକେ ୨ ଏପ୍ରିଲରେ ଥାନାରେ ମାମଲା ରୁଜୁ କରାଇଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ଖୋଜାଖୋଜି ଆରମ୍ଭ କରିବା ପରେ ୨ ଏପ୍ରିଲରେ ମହିଳାଙ୍କ ନଗ୍ନ ମୃତଦେହ ବିଲ ପାଖରେ ଥିବା ଏକ ଶୂନଶାନ ସ୍ଥାନରୁ ପାଇଥିଲା । ଯାହାର ମୁଣ୍ଡ ପଥରରେ ଛେଚା ହୋଇଥିଲା । ପୋଲିସ ଛାନଭିନରୁ ଜାଣିବାକୁ ପାଇଲା କି, ଅଭିଯୁକ୍ତ ଜଣକ ଘଟଣା ସ୍ଥଳରେ ବାଇକ ଧରି ବୁଲୁଥିଲା । ତେଣୁ ପୋଲିସ ସନ୍ଦେହ କରି ୩୨ ବର୍ଷୀୟ ମିଥୁନ କୁମାରକୁ ଅଟକ ରଖି ପଚରାଉଚରା କରିବାରୁ ସତ ଜାଣିବାକୁ ପାଇଥିଲା । ମହିଳା ଜଣକ ବିଲକୁ କାମ ପାଇଁ ଯାଇଥିବା ବେଳେ ଘର ପାଖର ଯୁବକ ଜଣକ ବାଇକ୍ ଯୋଗେ ତାଙ୍କୁ ନେବା ପାଇଁ ଡାକିଥିଲେ । ମହିଳା ଜଣକ ଯୁବକକୁ ଜାଣିଥିଲେ ବୋଲି ବାଇକରେ ବସି ଯାଇଥିଲେ । ଯୁବକ ଜଣକ ମହିଳାଙ୍କୁ ଘରକୁ ନେବା ପରିବର୍ତ୍ତେ ପାଖରେ ଥିବା ଏକ ବିଲକୁ ନେଇଥିଲେ ଓ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ବୃଦ୍ଧା ଜଣକ ନ ମାନିବାରୁ ଅଭିଯୁକ୍ତ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ମୃତଦେହ ସହିତ ଦୁଷ୍କର୍ମ କରିଥିଲେ । ଏହାକୁ ନେଇ ଥାନାଧିକାରୀ ରାଘବେନ୍ଦ୍ର ପ୍ରକାଶ କହିଛନ୍ତି, ‘ ଆରମ୍ଭରୁ ଅଭିଯୁକ୍ତ ବିଷୟରେ ଆମକୁ କୌଣସି ସୂଚନା ନଥିଲା। କିନ୍ତୁ ଆମେ ତାଙ୍କୁ ଗିରଫ କରିବାର ସକ୍ଷମ ହୋଇଥିଲୁ ।
ବିଲରୁ ମିଳିଛି ୮୫ ବର୍ଷୀୟ ବୃଦ୍ଧାଙ୍କ ମୃତଦେହ, ହତ୍ୟା କରିବା ପରେ ଶବ ସହ ଦୁଷ୍କର୍ମ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











