ବ୍ୟୁରୋ : ଧାର୍ମିକ ଶାସ୍ତ୍ର ଅନୁସାରେ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମନାଯାଏ । ସେହିପରି ବାସ୍ତୁ ଶାସ୍ତ୍ରରେ ଝାଡୁ ର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଝାଡୁ ନା କେବଳ ଘରର ଅଳିଆ ସଫା କରେ ବରଂ ଦରିଦ୍ର୍ୟତାକୁ ମଧ୍ୟ ଦୂର କରିଥାଏ । ବାସ୍ତୁ ଶାସ୍ତ୍ରରେ ଝାଡୁ ସହ ଯୋଡି ହୋଇଥିବା ଅନେକ ନିୟମ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ ରଖିବାର ସଠିକ ନିୟମ ତରିକାକୁ ଧ୍ୟାନ ଦେବା ବହୁତ ଜରୁରୀ ଅଟେ । ଝାଡୁ ସହ ଯୋଡି ହୋଇଥିବା ଏକ ଛୋଟ ନିୟମ ମଧ୍ୟ ଚିନ୍ତାର କାରଣ ସାଜିପାରେ । ତେବେ ଆସନ୍ତୁ ଜାଣିବା ।
୧) ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ କରିବାର ଅନେକ ନିୟମ ରହିଛି । ଦିନରେ ଆପଣ ୪ ଥର ଝାଡୁ କରି ପାରିବେ । ରାତିରେ ଝାଡୁରେ ସଫା କରାଯାଏ ନାହିଁ । ରାତି ସମୟରେ ଘର ସଫା କଲେ ଦରିଦ୍ରତା ପାଖ ମାଡିଥାଏ । ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଘରେ ଟଙ୍କା ପଇସାର ଅଭାବ ଦେଖା ଦେଇଥାଏ ।
୨) କଥାରେ ଅଛି ଝାଡୁକୁ ସବୁବେଳେ ଲୁଚେଇ ରଖିବା ଉଚିତ । ଏହି କଥା ଉପରେ ଧ୍ୟାନ ରଖିବେ କି, ଝାଡୁ ଉପରେ କୈାଣସି ବାହାର ଲୋକଙ୍କ ନଜର ଯେପରି ନ ପଡେ ।
୩) ଝାଡୁକୁ ସବୁବେଳେ ଶୁଆଇ ରଖନ୍ତୁ । ଡେରି କରି ଥୋଇଥିବା ଝାଡୁରେ ମା ଅଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୪) ଘରେ ଭାଙ୍ଗି ଯାଇଥିବା ଝାଡୁ ରଖନ୍ତୁ ନାହିଁ । ଏହାକୁ ଅଶୁଭ ବୋଲି ଧରାଯାଏ । ନ ହେଲେ ଘରେ ବାସ୍ତୁ ଦୋଷ ଉପଜିଥାଏ ।
୫) ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଝାଡୁକୁ କେବେ ବି ଉତ୍ତର-ପୂର୍ବ ଦିଗରେ ରଖନ୍ତୁ ନାହିଁ । ଏହାକୁ ସବୁବେଳେ ଘରର ଦକ୍ଷିଣ କୋଣ କିମ୍ବା ପଶ୍ଚିମ କୋଣରେ ରଖିବା ଶୁଭ ହୋଇଥାଏ ।
ଝାଡୁକୁ ଏପରି ଭାବେ ରଖୁଛନ୍ତି କି ? ହୋଇପାରେ ଅଶୁଭ
Facebook
Twitter
LinkedIn
Facebook
Twitter
LinkedIn
Recent News
ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ
ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...
ଛାଡପତ୍ର ପରେ ଦ୍ୱିତୀୟ ବିବାହ କଲେ ସମନ୍ଥା
ବ୍ୟୁରୋ : ଛାଡପତ୍ରର ୪ ବର୍ଷ ପରେ ଅଭିନେତ୍ରୀ ସମନ୍ଥା ଦେଲେ ଖୁସି ଖବର ।ପ୍ରେମିକ ରାଜଙ୍କୁ କଲେ ଦ୍ୱୀତାୟ ବିବାହ । ଏନେଇ ସୋସିଆଲ ମିଡିଆରେ...
ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ
ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...
କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...











