ସୁନ୍ଦରଗଡ: ସୁନ୍ଦରଗଡ କୁତ୍ରା ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି । ୩୦ରୁ ଅଧିକ ଆକ୍ରାନ୍ତ କୁତ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି । ଗତ ୨ ଦିନ ହେଲା କୁତ୍ରା ବ୍ଲକ ଅନ୍ତର୍ଗତ ନୂଆଗାଁ, ଜଉରାମୁଣ୍ଡା, ପଂଚରା, ଏଲଗା ଆଦି ଗାଁର ଅନେକ ଲାକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାକୁ ଆସୁଛନ୍ତି । ଘରେ ରହି ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି । ବିଭିନ୍ନ ସ୍ଥାନରେ ଝାଡା ବାନ୍ତି ଦେଖା ଦେଇଥିଲେ ମଧ୍ୟ ବ୍ୟାପିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ । ଝାଡା ବାନ୍ତିର ପ୍ରକୋପ ନିୟନ୍ତ୍ରଣରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ ଶ୍ରୀକାନ୍ତ ଟପ୍ପୋ ପ୍ରକାଶ କରିଛନ୍ତି ।
Views: 75











