ରାଞ୍ଚିଂ : ଓଡିଶା ପରେ ଝାଡ଼ଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା । ବରହେଟରେ NTPC ଫାଟକ ନିକଟରେ ଦୁଇଟି ମାଲବାହୀ ଟ୍ରେନ୍ ମଧ୍ୟରେ ଧକ୍କା ହୋଇଛି । ଏହି ଘଟଣାରେ ଦୁଇ ଲୋକ ପାଇଲଟଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ତେବେ ଜଣେ ଶ୍ରମିକ ଫସି ରହିଥିବା ସୂଚନା ମିଳିଛି । ଏକ ଖାଲି ମାଲଗାଡ଼ି ଅନ୍ୟ ଏକ କୋଇଲା ଭର୍ତ୍ତି ମାଲଗାଡ଼ି ସହିତ ଧକ୍କା ହୋଇଛି । ଘଟଣାଟି ଭୋର ସାଢ଼େ ୩ଟାରେ ଘଟିଥିଲା । ଟ୍ରାକ ଉପରେ ଏକ ମାଲବାହୀ ଟ୍ରେନ୍ ଠିଆ ହୋଇଥିଲା । ଏହି ସମୟରେ, ଅପର ପାର୍ଶ୍ୱରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍ ଏହାକୁ ଜୋରରେ ଧକ୍କା ଦେଇଥିଲା । ଯାହା ଫଳରେ ଇଞ୍ଜିନ ଏବଂ କୋଇଲା ବୋଝେଇ ବଗିରେ ନିଆଁ ଲାଗିଯାଇଥିଲା । ସେହି ସମୟରେ ଦୁଇଟି ଇଞ୍ଜିନ ଲାଇନଚ୍ୟୁତ ହୋଇଥିଲା ଏବଂ ଇଞ୍ଜିନଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ସାହିବଗଙ୍ଗ ଜିଲ୍ଲାର ବରହେଟ ଥାନା ସ୍ଥିତ ଫରକ୍କା-ଲଲମାଟିଆ ଏମଜିଆର ରେଳ ଲାଇନରେ ଦୁର୍ଘଟଣା ଘଟିଥିଲା । ଅଗ୍ନିଶମ ବାହିନୀ କର୍ମଚାରୀମାନେ କହିଛନ୍ତି ଯେ, ଇଞ୍ଜିନରେ ସାତ ଜଣ ଲୋକ ଥିଲେ, ଯେଉଁଥିରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଚାରି ଜଣ ଆହତ ହୋଇଛନ୍ତି । ଜଣେ ଶ୍ରମିକ ଇଞ୍ଜିନରେ ଫସି ରହିଥିବା ବେଳେ ତାଙ୍କୁ ବାହାର କରିବାକୁ ଚେଷ୍ଟା ଚାଲିଛି । ସମସ୍ତଙ୍କୁ ବାରହାଟ ସଦର ହସ୍ପିଟାଲକୁ ନିଆଯାଇଛି ।
ଝାଡଖଣ୍ଡରେ ଭୟଙ୍କର ଟ୍ରେନ ଦୁର୍ଘଟଣା, ଦୁଇ ମାଲଗାଡି ମୁହାଁମୁହିଁ ଧକ୍କା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...