ରାଉରକେଲା: ୫ ମାସ ନ ପୁରୁଣୁ ଭାଙ୍ଗିଗଲା ହକି ଖେଳାଳିଙ୍କ ଷ୍ଟାଚ୍ୟୁ । ଝଡ଼ ପବନରେ ଧଳିପଡ଼ିଲା ହକି ଖେଳାଳିଙ୍କ ପାଇଁ ସମର୍ପିତ ଷ୍ଟାଚ୍ୟୁ। ପ୍ରାୟ ୪୦ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଷ୍ଟାଚ୍ୟୁ ବିଶ୍ୱର ସର୍ବବୃହତ ଆସନ ବିଶିଷ୍ଟ ବିଜୁ ହକି ଷ୍ଟାଡିୟମ୍ ନିକଟରେ ନିର୍ମାଣ କରାଯାଇଥିଲା। ଏହି ହକିର ପ୍ରତୀକ ‘ଷ୍ଟାଚ୍ୟୁ’ଟି ଷ୍ଟାଡିୟମ ଯିବା ରାସ୍ତାରେ ତଥା ରାଉରକେଲା ବିମାନବନ୍ଦର ମୁଖ୍ୟ ଦ୍ବାର ନିକଟରେ ଅବସ୍ଥିତ। ଏହାର ଉଚ୍ଚତା ପାଖାପାଖି ୪୦ ଫୁଟ ହେବ। ରାଉରକେଲା ସ୍ମାର୍ଟ ସିଟି ପକ୍ଷରୁ ପ୍ରାୟ ଅଧା ଏକର ଜମିରେ ଷ୍ଟାଚ୍ୟୁ ସହ ପାର୍କ ନିର୍ମାଣ କରାଯାଇଛି। ଏହା ପ୍ରାୟ ୮୧ ଲକ୍ଷ ବିନିଯୋଗରେ ନିର୍ମିତ। ଏଥିମଧ୍ୟରୁ ଷ୍ଟାଚ୍ୟୁ ନିର୍ମାଣ ପାଇଁ ୩୦ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟ କରାଯାଇଥିବାବେଳେ ଆଲୋକସଜ୍ଜା, ରେଲିଂ ବ୍ୟବସ୍ଥା, ପାର୍କ ତିଆରି ଆଦି ପାଇଁ ପ୍ରାୟ ୫୦ ଲକ୍ଷ ବ୍ୟୟ ହୋଇଛି। ଭୁବନେଶ୍ବରର ପ୍ରତିଷ୍ଠିତ ମୂର୍ତ୍ତି ନିର୍ମାଣକାରୀ ସଂସ୍ଥା ‘ଇମାଜେରୀ’ ଏହି ମୂର୍ତ୍ତି ନିର୍ମାଣ କରିଛି। ଗତ ବର୍ଷ ସେପ୍ଟେମ୍ବର ୯ ତାରିଖରୁ ଏହି ସଂସ୍ଥାକୁ କାର୍ୟ୍ୟାଦେଶ ଦିଆଯାଇଥିଲା।
ଝଡ଼ରେ ଭାଙ୍ଗିଗଲା ହକି ଖେଳାଳିଙ୍କ ଷ୍ଟାଚ୍ୟୁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାଜପୁର ଝାଡାବାନ୍ତି : ଆଉ ୨ ଜଣଙ୍କର ଚାଲିଗଲା ଜୀବନ
ଯାଜପୁର : ଯଜପୁର ଝାଡାବାନ୍ତି ଘଟଣା । ଆଉ ୨ ଜଣଙ୍କ ମୃତ୍ୟୁ । ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଆଉ ୨ ଆକ୍ରାନ୍ତ ମୃତ । ଝାଡାବାନ୍ତି...
ଭଦ୍ରକରେ ୨୪ ଘଣ୍ଟା ଇଣ୍ଟରନେଟ ସେବା ବନ୍ଦ
ଭଦ୍ରକ : ଭଦ୍ରକରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ । ସକାଳ ୬ଟାରୁ ଆସନ୍ତାକାଲି ସକାଳ ୬ଟା ପର୍ୟ୍ୟନ୍ତ ଇଣ୍ଟରସେବା ବନ୍ଦ ରହିଛି। ଭଦ୍ରକ...
ଫେରିଲା ମୈାସୁମୀ ; ୧୭ ଯାଏଁ ବର୍ଷିବ , ଏଥର ଭିଜିବ ରଜ
ଭୁବନେଶ୍ୱର : ଏଥର ଭିଜିବ ରଜ । ୧୭ ଯାଏଁ ବର୍ଷିବ । ଆସନ୍ତା ଦୁଇ ଦିନ ଭିତରେ ମୌସୁମୀ ଓଡ଼ିଶାର କିଛି ଭାଗକୁ ପ୍ରବେଶ କରିବ।...
ସଡକ ଦୁର୍ଘଟଣାରେ ବର-କନ୍ୟାଙ୍କ ସମେତ ଚାଲିଗଲା ୫ ଜଣଙ୍କ ଜୀବନ
ରାଜସ୍ଥାନ : ରାଜସ୍ଥାନ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ଅନେକ ଲୋକ...