ଭବାନୀପାଟଣା : ଜେଲ ହସ୍ପିଟାଲରେ ଲାଞ୍ଚୁଆ ଆଇଏଏସ ଧୀମାନ ଚକମା । ମାନସିକ ବିଷାଦ ଯୋଗୁଁ ଜେଲ ହସ୍ପିଟାଲରେ ଭର୍ତ୍ତି । ଜାମିନ ନାମଞ୍ଜୁର ପରେ ଜେଲରେ ଅଛନ୍ତି ଧୀମାନ ଚକମା । ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲା ଭିଜିଲାନ୍ସ । ଲୋକଙ୍କୁ ନ୍ୟାୟ ଦେବାପାଇଁ ପ୍ରାଶାସନିକ ଅଧିକାରୀ ଭାବେ କଳାହାଣ୍ଡିରେ ନିଯୁକ୍ତି ପାଇଥିବା ଚକମାଙ୍କ ଆସ୍ଥାନ ବର୍ତ୍ତମାନ୍ ଉପଜିଲ୍ଲାପାଳ ଅଫିସ୍ରେ ନୁହେଁ ଭବାନୀପାଟଣା ଜିଲ୍ଲା କାରାଗାରରେ । ଗତକାଲି ସନ୍ଧ୍ୟାରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦେଇଛନ୍ତି ଭିଜିଲାନ୍ସ କୋର୍ଟ । ଜଣେ ବ୍ୟବସାୟୀଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ୍ ଚକମା ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏହାପରେ ତାଙ୍କ ସରକାରୀ ବାସଭବନରୁ ୪୭ଲକ୍ଷ ୪୭ ହଜାର ୬୦୦ ଟଙ୍କା ଜବତ ହୋଇଥିଲା । ଅନ୍ୟାନ ସ୍ଥାନରେ ଚଢ଼ାଉ ବେଳେ ସମୁଦାୟ ୫୭ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଜବତ ହୋଇଥିଲା ।
Views: 20