ଗଞ୍ଜାମ (ରମେଶ କୁମାର ସାହୁ) : ଜେଲ୍ ଫେରନ୍ତା ସାନ ଭାଇର ଜୀବନ ନେଇଗଲା ବଡ଼ ଭାଇ। ପୂର୍ବରୁ ଜନ୍ମ କଲା ମାକୁ ଦୁଷ୍କର୍ମ କରି ଜେଲ୍ ଯାଇଥିବା ସାନ ଭାଇର ଜୀବନ ନେଇଗଲା ବଡ଼ ଭାଇ। ପୂର୍ବରୁ ମା ଆତ୍ମହତ୍ୟା କରିଥିବା ବେଳେ ଗତ ୬ ମାସ ତଳେ ପ୍ରମାଣ ଅଭାବରୁ ନିର୍ଦୋଷରେ ଜେଲରୁ ଫେରିଥିଲା ମୃତ ସାନ ଭାଇ । ପାରିବାରିକ କଳହରୁ ବଡ଼ ଭାଇ ସାନ ଭାଇକୁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବାଦାର୍ଖପଲ୍ଲୀ ଗାଁରେ ।ମୃତ ଯୁବକ ଜଣକ ହେଲେ ୨୭ ବର୍ଷୀୟ ଶମ୍ଭୁନାଥ ରାଉତ ଓରଫ୍ ପପୁନ୍। ଗତକାଲି ସଂନ୍ଧ୍ୟାରେ ଏଭଳି ଘଟଣା ଘଟିଥିବା ବେଳେ କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେପଟେ ଅଭିଯୁକ୍ତ ବଡ଼ ଭାଇ କୈଳାସ କୋଦଳା ଥାନାରେ ଆତ୍ମସମର୍ପଣ କରିଛି। ମୃତ ଶମ୍ଭୁର ଶବକୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି। ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଯିବ ବୋଲି ପୋଲିସ୍ କହିଛି। ସେପଟେ ସାନ ଭାଇର ଦୁର୍ଦ୍ଦାନ୍ତ ତଥା ଅମାନବିକ କାର୍ୟ୍ୟ ଯୋଗୁଁ ପରିବାରରେ ଅଶାନ୍ତି ଲାଗି ରହୁଥିବା କହିଛନ୍ତି ସ୍ଥାନୀୟ ଲୋକେ। କୋଦଳା ଥାନାରେ ୨୧୫/୨୦୨୫ ରେ ଏନେଇ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି।
ଜେଲ୍ ଫେରନ୍ତା ସାନ ଭାଇର ଜୀବନ ନେଇଗଲା ବଡ଼ ଭାଇ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...