ଲକ୍ଷ୍ନୌ : ଜେଲରେ ହେବ ଓପନ ଜିମ୍ । ଉତ୍ତର ପ୍ରଦେଶର ଜେଲରେ ବନ୍ଦୀମାନଙ୍କ ପାଇଁ ଓପନ ଜିମ୍ ତିଆରି କରାଯିବ । ୟୁପି କ୍ୟାବିନେଟରେ ଏଥିପାଇଁ ୧.୯ କୋଟି ଟଙ୍କା ବଜେଟ୍ ଅନୁମୋଦନ କରାଯାଇଛି। ବୁଧବାର ୟୁପିର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ରାଜ୍ୟର ସମସ୍ତ ୭୫ ଜେଲ ଏବଂ ସବ-ଜେଲରେ ତଥା ଲକ୍ଷ୍ନୌର ଡକ୍ଟର ସାମୁର୍ନାନନ୍ଦ ଜେଲ ତାଲିମ କେନ୍ଦ୍ରରେ ଓପନ ଜିମ୍ ସ୍ଥାପନ କରିବାର ଯୋଜନା ରହିଛି ।
ଏଥିରେ ପ୍ରାୟ ଏକ ଲକ୍ଷ କଏଦୀ ଉପକୃତ ହେବେ । ଏହାପୂର୍ବରୁ ନଭେମ୍ବର ୧୩ ରେ ଏକ କାର୍ୟ୍ୟକ୍ରମରେ ଜେଲ ମନ୍ତ୍ରୀ ଦାରା ସିଂ ଚୌହାନ ବନ୍ଦୀମାନଙ୍କ କଲ୍ୟାଣରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱାରୋପ କରିଥିଲେ । ଚୌହାନ କହିଛନ୍ତି ଯେ, ବନ୍ଦୀମାନଙ୍କ ଶାରୀରିକ ତଥା ମାନସିକ ସ୍ବାସ୍ଥ୍ୟର ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର କାର୍ୟ୍ୟ କରୁଛନ୍ତି । ଜେଲ ଅଧିକାରୀ କହିଛନ୍ତି ଯେ, ଏହା ବନ୍ଦୀମାନଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହେବ । ଯଦି ତାଙ୍କ ସ୍ୱାସ୍ଥ୍ୟ ଭଲ ତେବେ ସେ ଜେଲରୁ ବାହାରିବା ପରେ ଭଲ ଜୀବନ ଆରମ୍ଭ କରିବାକୁ ସକ୍ଷମ ହେବେ ।
ଜେଲରେ ହେବ ଓପନ ଜିମ୍, ଏହି ସରକାରଙ୍କ ନିଷ୍ପତ୍ତି
Facebook
Twitter
LinkedIn
Facebook
Twitter
LinkedIn
Recent News
୪ ଟି ଜିନିଷ ଆପଣଙ୍କୁ ହାଡକୁ କରିବ ଦୁର୍ବଳ !
ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ...
ନବକଳେବର ହେବ କଲେକ୍ଟରେଟ ବିଲ୍ଡିଂ
ଭୁବନେଶ୍ୱର : ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡିକର ହେବ ନବକଳେବର । ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ କୋଠା ନିର୍ମାଣ ହେବ । କଲେକ୍ଟରେଟ କୋଠାରେ...
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ
ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...











