ଭୁବନେଶ୍ୱର : ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶା ଛୁଇଁବ । ଚଳିତ ବର୍ଷ ଧାର୍ୟ୍ୟ ସମୟ ପୂର୍ବରୁ ମୌସୁମୀର ଆଗମନ ହୋଇଛି । ପାଣିପାଗ ବିଭାଗ ଆକଳନ ଅବଧିର ୮ ଦିନ ପୂର୍ବରୁ ଗତକାଲି ମୌସୁମୀ କେରଳ ଛୁଇଁଛି । ଗତ ୧୬ ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା । କେରଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଓଡ଼ିଶାକୁ ମଧ୍ୟ ମୌସୁମୀ ବାୟୁ ସଅଳ ଆସିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ । ସାଧାରଣତଃ କେରଳରେ ମୌସୁମୀ ବାୟୁ ଛୁଇଁବାର ୧୦ ଦିନ ପରେ ଏହା ଓଡ଼ିଶାକୁ ପ୍ରବେଶ କରିଥାଏ। ମେ ଶେଷ କିମ୍ବା ଜୁନ୍ ମାସର ପ୍ରଥମ ସପ୍ତାହ ମଧ୍ୟରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ଅଧିକ ସମ୍ଭାବନା ରହିଥିବା କୁହାଯାଉଛି ।
Views: 39