The Ultimate Managed Hosting Platform
ADVERTISEMENT

ଜୀବନ ବଞ୍ଚାଇଥିବା ଅଟୋ ଡ୍ରାଇଭରଙ୍କ ସହ ଦେଖା ହେଲେ ସୈଫ ଅଲ୍ଲୀ ଖାନ

Facebook
Twitter
LinkedIn

ମୁମ୍ବାଇ : ହସପିଟାଲରୁ ସୁସ୍ଥ ହୋଇ ଫେରିଛନ୍ତି ସୈଫ ଅଲ୍ଲୀ ଖାନ । ସୈଫ ହସପିଟାଲରୁ ବାହାରିବା ପରେ ପାପରାଜିଙ୍କୁ ପୋଜ ଦେଇ ହ୍ୟାଲୋ କହିଥିଲେ । ଏହାପରେ ତାଙ୍କ ଜୀବନ ବଞ୍ଚାଇ ହସପିଟାଲରେ ପହଞ୍ଚାଇଥିବା ଅଟୋ ଡ୍ରାଇଭର ସହିତ ଦେଖାହୋଇଛନ୍ତି । ଯାହାର ଫଟୋ ଭାଇରଲ ହେବାରେ ଲାଗିଛି । ମଙ୍ଗଳବାର ଦିନ ହସପିଟାଲରୁ ଡିସଚାର୍ଜ ହେବା ପରେ ଅଟୋ ଡ୍ରାଇଭର ଭଜନ ସିଂ ରାଣା ସହିତ ସାକ୍ଷାତ କରିଛନ୍ତି । ଅଟୋ ଡ୍ରାଇଭର କାନ୍ଧରେ ହାତ ରଖି ଫଟୋ ଉଠାଇଛନ୍ତି । ହସପିଟାଲରୁ ବାହାରିବା ବେଳେ ପାପାରାଜିଙ୍କୁ ଫଟୋ ପୋଜ ଦେଇଥିବା ବେଳେ ହ୍ୟାଲୋ କହିଥିଲେ । ଏହାପରେ ସିଧା ଯାଇ ଅଟୋ ଡ୍ରାଇଭରଙ୍କୁ ସାକ୍ଷାତ କରିବା ସହ ଫଟୋ ଉଠାଇଥିଲେ । ଫଟୋ ଉଠାଇବା ପରେ ଧନ୍ୟବାଦ ଜଣାଇଥିଲେ । ସୈଫ ମଧ୍ୟ ଅଟୋ ଡ୍ରାଇଭରଙ୍କ କାମକୁ ପ୍ରଶଂସା କରିଥିଲେ । ଏମିତି ସମସ୍ତଙ୍କୁ ସାହାଯ୍ୟ କରିବାକୁ କହିଥିଲେ ସୈଫ । ଆଉ ଆପଣଙ୍କୁ ସେଦିନ ଭଡ଼ା ପଇସା ଦେଇନଥିଲି, ଖୁବଶୀଘ୍ର ମିଳିଯିବ । ଏଭଳି ହସି ହସି ଉତ୍ତର ଦେଇଥିଲେ । ଜୀବନରେ କୌଣସି ପ୍ରକାରର ସହାୟତା ଦରକାର ହେଲେ ମୋତେ ଜଣାଇବେ ନିଶ୍ଚିତ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login