ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ କଡା ସୁରକ୍ଷା ବଳୟରେ ରାଜଧାନୀ ଦିଲ୍ଲୀ । ଭାରତୀୟ ସେନା ବାହିନୀ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା । ବୋମା ନିଷ୍କ୍ରୟକାରୀ ସ୍କ୍ୱାଡ୍, ସ୍ନାଇଫର ଡଗ୍, କାଉଣ୍ଟର ଡ୍ରୋନ ମୁତୟନ । ଦିଲ୍ଲୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି । ଜି-୨୦କୁ ୧୯ଟି ଦେଶର ରାଷ୍ଟ୍ରମୁଖ୍ୟ ଆସୁଥିବାରୁ ସ୍ୱତନ୍ତ୍ର ବ୍ୟବସ୍ଥା । ସେପ୍ଟେମ୍ବର୯,୧୦ ସମ୍ମିଳନୀ ପାଇଁ ଆଗୁଆ ଆସିବେ ରାଷ୍ଟ୍ରମୁଖ୍ୟ । ଆମେରିକା ରାଷ୍ଟ୍ରପତି ବାଇଡେନ କାଲି ଭାରତ ଆସୁଥିବା ସୂଚନା । ଜି-୨୦ ସମ୍ମିଳନୀ ସେପ୍ଟେମ୍ବର ୯ ଓ ୧୦ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଅନ୍ୟପଟେ ଏହି ସମ୍ମିଳନୀରେ ଚୀନର ରଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ସାମିଲ ହେବେ ନାହିଁ ।
Views: 94











