ଦର୍ଶକ ବନ୍ଧୁ କାଳ ଯେ କେତେ ବେଳେ ଓ କେଉଁରୂପରେ ଆସେ ତାହା ହୁଏତ କାହାରିକୁ ଜଣା ନଥାଏ । ନିୟତିର ଖେଳ ଯେ କେତେ ଭୟାନକ ହୋଇପାରେ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଏହି ଘଟଣାଟି । ମଝି ସମୁଦ୍ର ମଧ୍ୟରେ ଫସି ଛନ୍ତି ଶହ ଶହ ଲୋକ । ଇଟାଲୀ କ୍ରେଲୋବ୍ରିଏ ପ୍ରାନ୍ତରେ ଥିବା ସମୁଦ୍ର ଭିତରେ ସହ ସହ ସଂଖ୍ୟକ ପ୍ରବାସୀ ଫଶି ରହିଛନ୍ତି ।

ପ୍ରବାସୀ ମାନେ ଦୁନିଆର ବିଭିନ୍ନ ସ୍ଥାନରୁ ଜାହାଜରେ ଯାତ୍ରାକରି ୟୁରୋପକୁ ଆସୁଥରବା ବେଳେ ହୋଇଛନ୍ତି ଦୁର୍ଘଟଣାରେ ସମ୍ମୁଖୀନ । ଯାହାକି ସମଦ୍ର ମଝିରେ ଫଶି ଏବେ ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ । ସେପଟେ ବୋଝ ଉପରେ ଲଳିତା ବିଡା ସାଜିଛି ଖରାପ ପାଣିପାଗ । ଯାହା ପାଇଁ ଉଦ୍ଧାର କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିବା କହିଛି ଇଟାଲୀ କୋଷ୍ଟଗାର୍ଡ । ତେବେ ଜାହାଜରେ ମତ୍ରାଧିକ ପ୍ରବାସୀ ଯାତ୍ରା କରୁଥିବା ବେଳେ କୋଷ୍ଟଗାର୍ଡ ପାଖରେ କେବଳ ୫ ଶହ ଲୋକଙ୍କୁ ବଞ୍ଚାଇବା ପାଇଁ ସାଧନ ରହିଥିବା କୁହାଯାଇଛି ।

ତେବେ ଘଟଣାକୁ ନେଇ ଇଟାଲୀ ନୌସେନା ଆଲର୍ଟ ହେବା ସହ ଉଦ୍ଧାର କାର୍ଯ୍ୟ ପାଇଁ ଛୋଟ ଛୋଟ ଜାହାଜ ପଠାଇଥିବା ଜଣାପଡିଛି । ବ୍ୟୁରୋ ରିପୋର୍ଟ