The Ultimate Managed Hosting Platform
ADVERTISEMENT

ଜାନୁଆରୀ ୧ରୁ ସରକାର ଆଣୁଛନ୍ତି ନୂଆ ନିୟମ. ଏଣିକି ଭିକାରୀଙ୍କୁ ଭିକ ଦେଲେ ଯିବେ ଜେଲ

Facebook
Twitter
LinkedIn

ଇନେ୍ଦାର : ମଧ୍ୟପ୍ରଦେଶ ସରକାରଙ୍କ ନୂଆ ନିୟମ । ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଆସନ୍ତା ଜାନୁୟାରୀ ୧ରୁ ଏକ ନୂଆ ଆଇନ ଲାଗୁ ହେବାକୁ ଯାଉଛି । ପ୍ରକୃତରେ, କେନ୍ଦ୍ର ସରକାର ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଇନ୍ଦୋରକୁ ଭିକାରୀମୁକ୍ତ କରିବାକୁ ପ୍ରୟାସ କରୁଛନ୍ତି । ଜିଲ୍ଲା ପ୍ରଶାସନ ପୂର୍ବରୁ ହିଁ ଭିକ୍ଷାବୃତ୍ତି ଉପରେ ରୋକ୍ ଲଗାଇ ଦେଇଛନ୍ତି । ଏହି ଅଭିଯାନ ୧୦ଟି ସହରରେ ଚାଲୁ ରହିଛି । ପ୍ରଶାସନ ସଙ୍ଗଠନଗୁଡ଼ିକ ମାଧ୍ୟମରେ ଭିକାରୀମାନଙ୍କୁ ୬ ମାସ ପର୍ୟ୍ୟନ୍ତ ଆଶ୍ରୟ ଏବଂ କାମ ଯୋଗାଇ ଦେବାରେ ସାହାଯ୍ୟ କରିବ । ଜିଲ୍ଲା ଅଧିକାରୀ ଆଶିଷ ସିଂ କହିଛନ୍ତି, ଭିକ୍ଷାବୃତ୍ତି ବିରୋଧରେ ସଚେତନତା ଅଭିଯାନ ଚାଲିଛି, ଯାହା ୨୦୨୪ ଡିସେମ୍ବର ଯାଏ ଜାରି ରହିବ । କହି ରଖୁଛୁ, ଇନ୍ଦୋରକୁ ଭାରତର ସବୁଠାରୁ ସ୍ୱଚ୍ଛ ସହର କୁହାଯାଏ । ଏବେ ଏହି ସହର ଭିକାରୀମୁକ୍ତ ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ଏକ କଡ଼ା ପଦକ୍ଷେପ ଉଠାଇଛନ୍ତି । ନୂଆବର୍ଷ ଅର୍ଥାତ୍ ୨୦୨୫ ଜାନୁୟାରୀ ୧ରୁ ଯେଉଁ ବି ବ୍ୟକ୍ତି ଭିକାରୀମାନଙ୍କୁ ପଇସା ଦେବ, ତାଙ୍କ ବିରୋଧରେ ଏତଲା ପଞ୍ଜିକୃତ କରାଯିବ । ବର୍ତ୍ତମାନ ସମୟରେ ଇନ୍ଦୋରରେ ଭିକାରୀମାନଙ୍କୁ ଧରପକଡ଼ ଚାଲିଛି । ସେମାନଙ୍କୁ ଧରାଯାଇ ଆଶ୍ରୟସ୍ଥଳ ପଠାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login