କେନ୍ଦ୍ରାପଡା : ପରିବା ଦୋକାନରେ ନିଆଁ , ଦୋକାନୀ ଜୀବନ୍ତ ଦଗ୍ଧ । କୁଦାନଗରୀ ଥାନା କଳାବୁଦା ବାରୁଣୀ ବଜାରରେ ଘଟିଛି ଅଘଟଣ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ । ମୃତକ ଗୋଗିନ୍ଦପୁର ଗାଁର ହୋଇଥିବା ସୂଚନା । ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା । ଗତକାଲି ବିଳମ୍ବିତ ରାତିରେ ସୁବାସ ନିଜ ଦୋକାନ ଭିତରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସୁବାସଙ୍କ ମୃତ୍ୟୁକୁ ନେଇ ଶୋକର ଛାୟା ଖେଳି ଯାଇଛି । ସେପଟେ ଦୋକାନ ବାହାରପଟୁ କେହି କବାଟ ଦେଇ ନିଆଁ ଲଗାଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
Views: 55











