ଭଦ୍ରକ : ବେଆଇନ ଗୋରୁ ଚାଲାଣ ବେଳେ ସନ୍ଥିଆରୁ ଧରା ପଡିଲା ଗୋରୁ ବୋଝେଇ ପିକଅପ ଭ୍ୟାନ । ୧୪ଟି ଗୋମାତାକୁ ଉଦ୍ଧାର କଲା ଭଦ୍ରକ ଜିଲ୍ଲା ପୁରୁଣା ବଜାର ପୋଲିସ । ବନ୍ତରୁ ଏକ ପିକଅପ ଭ୍ୟାନ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ସନ୍ଥିଆ ନିକଟରୁ ଧରିଲା ପୋଲିସ । ରାତିରେ ଗୋରୁ ବୋଝେଇ କରି ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଜବତ କରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।ତେବେ ଜବତ ହୋଇଥିବା ୧୪ଟି ଗୋରୁଙ୍କୁ ଗୋଶାଳାରେ ଛଡାଯିବ ବୋଲି ଆଇଆଇସି ନିରୋଜ ସାମଲ ସୂଚନା ଦେଇଛନ୍ତି । ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି ।
Views: 31