ନୂଆଦିଲ୍ଲୀ : ବ୍ରିଟେନରେ ଜନ୍ମ ହୋଇଥିବା ଶିଶୁକନ୍ୟା ଏବେ ଚର୍ଚ୍ଚାରେ । ୨୮ ଫେବ୍ରୁଆରୀରେ ଜନ୍ମ ହୋଇଥିବା ଏହି ସିଶୁ କନ୍ୟା ୩-୬ମାସର ପିଲାଙ୍କ ପୋଷାକ ପିନ୍ଧିଛି । କାରଣ ଏହି ନବଜାତ ଶିଶୁ କନ୍ୟାର ଓଜନ ୫ କେଜି ୬୦୦ ଗ୍ରାମ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ପ୍ରଥମ କରି ୧୯୯୨ରେ ୭ କେଜି ୩୦ ଗ୍ରାମର ନବଜାତ ଶିଶୁ ଜନ୍ମ ହୋଇଥିଲା । ୨୦୧୩ରେ ୭ କେଜି ୦୦୨ ଗ୍ରାମ ଓଜନର ନବଜାତ ଶିଶୁ ଜନ୍ମ ହୋଇଥିଲା । ଏହା ପରେ କେହି ବି ଏତେ ଓଜନର ଶିଶୁ ଜନ୍ମ ହୋଇ ନାହାନ୍ତି ।
ତେବେ ୂବର୍ତ୍ତମାନ ବ୍ରିଟେନରେ ଜନ୍ମ ହୋଇଥିବା ନବଜାତ ଶିଶୁଟିର ନାମ ତାବିଥା । ତାବିଥାଙ୍କ ମାଙ୍କ ନାମ ରୁଥ । ତାବିଥା ଘରେ ଜନ୍ମ ହୋଇଛନ୍ତି । ତାଙ୍କ ଘର ହସ୍ପିଟାଲଠୁ କିଛି ଦୂରରେ ରହିଛି । ତାବିଥାଙ୍କ ଜନ୍ମ ଅଢେଇ ସପ୍ତାହ ଡେରିରେ ହୋଇଛି । ସାଢେ ଆଠ ଘଣ୍ଟାର ଲେବର ପେନ ସହିବା ପରେ ଜନ୍ମ ହୋଇଥିଲେ ତାବିଥା । ତେବେ ତାବିଥାଙ୍କ ମା ରୁଥି କହିଛନ୍ତି କି ଏତେ ଅଧିକ ଓଜନର ପିଲା ସେ କେବେ ବି ଆଗରୁ ଦେଖି ନ ଥିଲେ । ସେ ତାବିଥାଙ୍କୁ ଜନ୍ମ ଦେବା ପରେ ସୁସ୍ଥ ଅଛନ୍ତି ।
ଜନ୍ମ ନେଲା ସାଢେ ୫ କିଲୋଗ୍ରାମର ଶିଶୁ କନ୍ୟା

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...