ରେଢାଖୋଲ : ଜନ୍ମ କଲା ମାକୁ ବି ଛାଡିଲାନି ପୁଅ । ମାର ମମତାକୁ ଭୁଲି ଗଲା । ଶେଷରେ ମାର ଜୀବନ ନେଇଗଲା ପୁଅ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ତନ୍ତଗାଡ଼ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି ଇନ୍ଦୁମତୀ ସାହୁ । ଗତ ୧୧ ସେପ୍ଟେମ୍ବର ଇନ୍ଦୁମତି ନିଜ ବଡ଼ ପୁଅ ଲିପୁନ ସାହୁ ସହ ଚାଷ ଜମିକୁ ଘାସ ବାଛିବାକୁ ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଚାଷ ଜମି ନିକଟରେ ନିଜ ମା’ର ହତ୍ୟା କରିଥିଲା ଲିପୁନ । ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ସେପ୍ଟେମ୍ବର ୧୨ ତାରିଖ ସନ୍ଧ୍ୟାରେ ଇନ୍ଦୁମତୀଙ୍କ ମୃତଦେହ ପାଇଥିଲେ । ପରେ ରେଢାଖୋଲ ପୋଲିସକୁ ଖବର ଦେଇଥିଲେ ଘର ଲୋକେ । ପୋଲିସ ପହଞ୍ଚି ହତ୍ୟାକାରୀ ପୁଅକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିପାରିନି ।
Views: 61