The Ultimate Managed Hosting Platform
ADVERTISEMENT

ଜନ୍ମଦିନର ଫଟୋ ସେୟାର କଲେ ଅଙ୍କିତା , ସ୍ୱାମୀ ଭିକିଙ୍କ ସହ ଷ୍ଟାଇଲିସ ଲୁକରେ ଆସିଲେ ନଜର

Facebook
Twitter
LinkedIn

ମୁମ୍ବାଇ : ଲୋକପ୍ରିୟ ଟିଭି ଏବଂ ବଲିଉଡ୍ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିକଟରେ ତାଙ୍କ ସ୍ୱାମୀ ଭିକି ଜୈନଙ୍କ ସହିତ ଖୁବ୍ ରୋମାଣ୍ଟିକ ଭାବରେ ଜନ୍ମଦିନ ପାଳନ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦୁହିଁଙ୍କ ମଧ୍ୟରେ ଥିବା ଭଲପାଇବା ଏବଂ ବଣ୍ଡିଂ ସ୍ପଷ୍ଟ ଭାବେ ନଜର ଆସୁଛି । ଭାଇରଲ ହେଉଥିବା ଫଟୋଗୁଡିକରେ ପ୍ରଶଂସକମାନେ ସେମାନଙ୍କ ସମ୍ପର୍କ ଏବଂ ଯୋଡ଼ିର ଖୁବ୍ ପ୍ରଶଂସା କରୁଛନ୍ତି । ଏହି ଭାଇରଲ ହେଉଥିବା ଗୋଟିଏ ଫଟୋରେ ଅଙ୍କିତା ଭିକିଙ୍କ କାନ୍ଧ ଉପରେ ମୁଣ୍ଡ ରଖିଥିବାର ଦେଖିବାକୁ ମିଳିଛି । ଆଉ ଏକ ଫଟୋରେ ଭିକିଙ୍କୁ ସ୍ନେହରେ ହଗ୍ କରିଥିବାର ଦେଖିବାକୁ ମିଳିଛି । ଯଦି ଅଙ୍କିତାଙ୍କ ଲୁକ୍ କଥା କୁହାଯାଏ ତେବେ ସେ ତାଙ୍କ ଜନ୍ମଦିନ ପାଇଁ ଏକ ଷ୍ଟାଇଲିସ୍ ଡ୍ରେସ ପିନ୍ଧି ବହୁତ ସୁନ୍ଦର ଦିଶୁଥିଲେ । କିନ୍ତୁ ଭିକିଙ୍କ ଲୁକ୍ ସମ୍ପୂର୍ଣ୍ଣ ଓଲଟା ଥିଲା । ଅଙ୍କିତାଙ୍କ ଲୁକ୍ ଷ୍ଟାଇଲିସ୍ ଥିବାବେଳେ ଭିକିଙ୍କ ଲୁକ୍ ବହୁତ ସିମ୍ପଲ୍ ରହିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login