ମୁମ୍ବାଇ : ଅକ୍ଷୟ କୁମାର ଭଗବାନଙ୍କ ମହାକାଳଙ୍କ ଭଷ୍ମ ଆରତୀରେ ସାମିଲ ହେବା ଲାଗି ଉଜୟିନୀ ପହଞ୍ଚିଛନ୍ତି । ନିଜର ୫୬ତମ ଜନ୍ମଦିନ ପାଳନ କରିବା ଅବସରରେ ଏବଂ ମହାକାଳଙ୍କ ଦର୍ଶନ କରି ନିଜ ଜନ୍ମଦିନକୁ ସ୍ୱତନ୍ତ୍ର କରିଛନ୍ତି । ନିଜ ପରିବାର ସହିତ ଭଗବାନଙ୍କ ଦର୍ଶନ କରି ଭଷ୍ମ ଆରତୀରେ ସାମିଲ ହୋଇଛନ୍ତି । କ୍ରିକେଟର ଶିଖର ଧୱନଙ୍କ ସହ ଭଗବାନ ମହାକାଲଙ୍କ ଭଷ୍ମ ଆରତୀରେ ସାମିଲ ହୋଇ ଭାରତୀୟ ଟିମର ବିଜୟ ଏବଂ ଦେଶର ଉନ୍ନତି ଲାଗି ପ୍ରାର୍ଥନା କରିଛନ୍ତି । ଅକ୍ଷୟ କୁମାର ଭଗବାନଙ୍କ ମହାକାଳଙ୍କ ଦରବାରରେ ସବୁଠାରୁ ଆଗରେ ବସି ଭଷ୍ମ ଆରତୀରେ ଭଗବାନ ମହାକାଳଙ୍କ ଆର୍ଶୀବାଦ ନେଇଛନ୍ତି । କ୍ରିକେଟର ଶିଖର ଧୱନ ମଧ୍ୟ ଭଷ୍ମ ଆରତୀରେ ସାମିଲ ହୋଇ ଭାରତୀୟ ଟିମର ବିଜୟ ପ୍ରାର୍ଥନା କରିଛନ୍ତି ଅକ୍ଷୟ କୁମାର ମିଡିଆରେ କହିଛନ୍ତି ଯେ, ସେ ଦେଶର ଉନ୍ନତି ପାଇଁ ପ୍ରାର୍ଥନା କରିଛନ୍ତି । ଫଟୋରେ ଅକ୍ଷୟ କୁମାରଙ୍କ ସହିତ ଶିଖର ଧଓ୍ଵନ ବସିଥିବା ଦେଖିବାକୁ ମିଳିଛି ।
Views: 106











