ନୟାଗଡ : ୧୦୦ରୁ ଅଧିକ ଲୋକ ଏବେ ଜଣ୍ଡିସ ରୋଗରେ ଆକ୍ରାନ୍ତ । ପିଲାଠୁ ବୁଢା ସମସ୍ତେ ଆକ୍ରାନ୍ତ । ହସ୍ପିଟାଲ ଗଲେ ବି ଭଲ ହେଉନି । ଏ ନେଇ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ନୟାଗଡ ଜିଲ୍ଲା ସୀମାନ୍ତ ପଞ୍ଚାୟତ ଚାନ୍ଦପୁର ଓ ଜେମାଦେଇପୁର ଗାଁରେ ବ୍ୟାପିଲାଣି ଜଣ୍ଡିସ ରୋଗ । ଲୋକମାନେ ସଚେତନ ହେବା ପାଇଁ ବିଭିନ୍ନ ପ୍ରକାରର ସଚେତନତା ନାରା ଦେଇ ବୁଲୁଛି ପ୍ରଚାର ଗାଡି । ଗାଁ ମଝିରେ ପିଲା ଠାରୁ ବୁଢ଼ା ଜଣଙ୍କ ପରେ ଜଣଙ୍କର ଚାଲିଛି ପରୀକ୍ଷା ନିରୀକ୍ଷା । ଏହା ସହ ସ୍ବାସ୍ଥ୍ୟ ବିଭାଗ ତରଫରୁ ରକ୍ତ ଓ ଜଳ ନମୁନା ସଂଗ୍ରହ କାର୍ୟ୍ୟ ମଧ୍ୟ ଚାଲିଛି । ବହୁଦିନ ଧରି ଏହି ଜଣ୍ଡିସରେ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ବ ଶିଶୁ ମହିଳା ଓ ପୁରୁଷ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ପାନୀୟ ଜଳରୁ ଏହି ଜଣ୍ଡିସ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଛି । ମୃତ ମହିଳାଙ୍କ ନାମ ପୁଷ୍ପା ସାହୁ ବୟସ ୩୦ । ସେ ଚାନ୍ଦପୁର ଗାଁର ବୋଲି ଜଣାପଡ଼ିଛି । ସେ ବିବାହିତ ଓ ତାଙ୍କର ଗୋଟିଏ ଛୋଟ ପୁଅ ଥିବା ଜଣା ପଡିଛି ।
ଜଣ୍ଡିସ ରୋଗରେ ଆକ୍ରାନ୍ତ ୧୦୦ରୁ ଅଧିକ ଲୋକ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...