The Ultimate Managed Hosting Platform
ADVERTISEMENT

ଛୋଟ ବାତ୍ୟା ! ଯିବ ବାଂଲାଦେଶ

Facebook
Twitter
LinkedIn

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ କାଲି ବାତ୍ୟା ରୂପ ନେବ । ଆଜି ଘଣ୍ଟାପ୍ରତି ୧୭ କିମି ବେଗରେ ଗତି କରୁଛି ଗଭୀର ଅବପାତ । ଏବେ ବିଶାଖାପାଟଣାରୁ ୩୯୦, ପାରାଦୀପରୁ ୩୨୦ କିମି ଦୂରରେ । ଦୀଘାରୁ ୪୬୦ ଓ ବାଂଲାଦେଶ ଖେପୁପଡାରୁ ୬୧୦ କିମି ଦୂରରେ ଅଛି । କାଳକ୍ରମେ ଏହା ଉତ୍ତର –ଉତ୍ତରପୂର୍ବ ଦିଗକୁ ଗତି କରି ବାତ୍ୟା ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟାରେ ବାତ୍ୟା ରୂପ ନେଇ ବାଂଲାଦେଶ ଉପକୂଳ ମୁହାଁ ହେବ । ୧୮ ସକାଳେ ବାଂଲାଦେଶର ମଙ୍ଗଲା-ଖେପୁପଡା ମଧ୍ୟରେ ଉପକୂଳ ଛୁଇଁବ ।ଉପକୂଳ ଛୁଇଁବା ବେଳେ ୫୫ରୁ ୭୫ କିମି ବେଗରେ ପବନ ବହିବା ସମ୍ଭାବନା ।
ତେବେ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଦିଗ ପରିବର୍ତ୍ତନ କରିଥିବାରୁ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ପଡିବ ନାହିଁ । କିନ୍ତୁ ଓଡ଼ିଶା ଉପକୂଳରେ ପବନର ବେଗ ୪୦ରୁ ୪୫ କିଲୋମିଟର ରହିବ। ତେଣୁ ୧୮ ତାରିଖ ପର୍ୟ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଗଭୀର ଅବପାତ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ହେଲାଣି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

Login