The Ultimate Managed Hosting Platform
ADVERTISEMENT

ଛୁରା ମାଡରେ ଯୁବକଙ୍କ ମୃତ୍ୟୁ

Facebook
Twitter
LinkedIn

ସମ୍ବଲପୁର : ଜଣେ ଦୁର୍ବୃତ୍ତର ଛୁରା ମାଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ବରେଇପାଲି ଥାନା ରେମେଡ ଛକ ନିକଟରେ ଜଣେ ଦୋକାନୀ ଉପରେ ହୋଇଛି ଛୁରାମାଡ । ଦୋକାନୀଙ୍କ ନାମ ସନ୍ତୋଷ ବେହେରା । ଦୁର୍ବୃତ୍ତ ଛୁରାମାଡ କରି ଫେରାର ହୋଇଯାଇଛି । ସନ୍ତୋଷଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ସନ୍ତୋଷଙ୍କର ରେମେଡ ଛକରେ ଏକ ପାନ ଦୋକାନ ରହିଛି । ସବୁଦିନ ପରି ସନ୍ତୋଷ ଆଜି ମଧ୍ୟ ତାଙ୍କ ଦୋକାନରେ ବସିଥିଲେ । ହେଲେ ଦୀକ୍ଷିତ ସାହୁ ନାମରେ ଜଣେ ଦୁର୍ବୃତ୍ତ ଏକ ବାଇକରେ ଆସି ବିନା ପଚରା ଉଚରାରେ ସନ୍ତୋଷଙ୍କୁ ଛୁରାମାଡ କରିଥିଲା । ସନ୍ତୋଷ ନମାରିବାକୁ ଯେତେ ନେହୁରା ହୋଇଥିଲେ ମଧ୍ୟ ଦୁବୃତ୍ତ ଜଣକ କିଛି ଶୁଣି ନଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login