ଜମ୍ମୁ କାଶ୍ମୀରରେ : ଜମ୍ମୁ କାଶ୍ମୀରରେ ବୈଶାଖୀ ଉତ୍ସବ ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଛି ଫୁଟ୍ଓଭର ବ୍ରିଜ୍। ଏହି ଦୁର୍ଘଟଣାରେ ଅନେକ ଭକ୍ତ ଆହତ ହୋଇଥିବା ସୂଚନା ମିଳିଛି। ଉଦ୍ଧାର କାର୍ୟ୍ୟ ଚାଲିଛି। ଉଧମପୁରର ଚେନାନୀ ବ୍ଲକ ଅନ୍ତର୍ଗତ ବ୍ୟାନ୍ ଗାଁର ବେନି ସଙ୍ଗମରେ ବୈଶାଖୀ ଉତ୍ସବ ବେଳେ ଫୁଟ୍ଓଭର ବ୍ରିଜ୍ ଭୁଶୁଡି ପଡିଛି। ପୋଲିସ ଏବଂ ଅନ୍ୟ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ଲାଗିଛନ୍ତି। ଉଧମପୁର ଏସ୍ଏସ୍ପି ଡ. ବିନୋଦ କହିଛନ୍ତି ଯେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।
ଉଧମପୁରର ବେନି ସଙ୍ଗମରେ ବୈଶାଖୀ ମେଳା ଚାଲିଥିବା ବେଳେ ଦେବିକା ଉପରେ ତିଆରି ବ୍ରିଜଟି ହଠାତ୍ ଭୁଶୁଡି ପଡିଥିଲା। ବ୍ରିଜ୍ ଭୁଶୁଡ଼ିବା କାରଣରୁ ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ାଦୌଡ଼ି କରିଥିଲେ। ସୂଚନାଥାଉ କି, ବୈଶାଖୀ ଅବସରରେ ଏଠାରେ ଭକ୍ତଙ୍କ ଭିଡ ଜମିଥିଲା। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୦ରୁ ୨୫ ଜଣ ଭକ୍ତ ଆହତ ହୋଇଥିବା ସୂଚନା ରହିଛି। ବର୍ତ୍ତମାନ କାହାର ଅବସ୍ଥା ଗୁରୁତର ନାହିଁ।
ବୈଶାଖୀ ଉତ୍ସବ ବେଳେ ଭୁଶୁଡ଼ିଲା ଫୁଟ୍ଓଭର ବ୍ରିଜ୍
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











