ଭୁବନେଶ୍ୱର : ଭରତପୁର ଥାନା ତାରିଣୀ ବସ୍ତିରେ ହତ୍ୟାକାଣ୍ଡ । ଚୋରି କରିବାକୁ ଆସି ଘର ମାଲିକଙ୍କୁ ହତ୍ୟା ଅଭିଯୋଗ । ଧରାପଡି ଯିବା ଭୟରେ ବାଡେଇ ହତ୍ୟା କରିଥିବା ସୂଚନା ରହିଛି । ସୂଚନା ଅନୁସାରେ ଗତକାଲି ରାତିରେ ୪ଜଣ ଚୋର ଚୋରି କରିବାକୁ ପଶିଥିଲେ । ବାଇକ ଚୋରି କରୁଥିବା ଦେଖି ଘର ମାଲିକ ଘର ମାଲିକ ଚିତ୍କାର କରିଥିଲେ । ଧରା ପଡ଼ିଯିବା ଭୟରେ ସେମାନେ ଘରମାଲିକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
Views: 31











