ବିନିକା : ଚାଷୀଙ୍କ ୧୨ ଘଣ୍ଟିଆ ବନ୍ଦ ପାଳନ । ଡୁଙ୍ଗୁରିପାଲି ବ୍ଲକ ରାମପୁରରେ ବନ୍ଦ ଡାକରା । ରାମପୁର ସହରରେ ଦୋକାନ ବଜାର ବନ୍ଦ । ବୀମା ଓ କ୍ଷତିପୂରଣ ଦାବିରେ ଗର୍ଜିଲେ ଚାଷୀ ।ଗତ କିଛିଦିନ ତଳେ ଲଘୁଚାପ ପାଇଁ ଅଦିନିଆ ବର୍ଷାରେ ଚାଷୀର ସୁନାର ଫସଲ ଉଜୁଡ଼ି ଯାଇଛି । ଅମଳକୁ ଅଳ୍ପ ଦିନ ବାକି ଥିବା ବେଳେ କାଳ ସାଜିଲା ଅଦିନିଆ ବର୍ଷା । ବର୍ଷା ଫଳରେ ଚାଷୀ ଅମଳ କରି ସାରିଥିବା ଧାନ ଭିଜି ଯାଇଥିବା ବେଳେ କ୍ଷେତରେ ଥିବା ଧାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହି ସମୟରେ କ୍ଷତିଗ୍ରସ୍ତ ଧାନକୁ କୌଣସି ମିଲ ନେବାକୁ ନାରାଜ ଓ କୌଣସି ବିମା କମ୍ପାନୀ ମଧ୍ୟ କ୍ଷେତ୍ର ପରିଦର୍ଶନ କରି ଆସୁ ନ ଥିବାରୁ ଆଜି ରାମପୁର କୃଷକ ସଂଗଠନ ତରଫରୁ ବାର ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।
Views: 26