The Ultimate Managed Hosting Platform
ADVERTISEMENT

ଚାପିଦେଲା ଟ୍ରାକ୍ଟର

Facebook
Twitter
LinkedIn

ଢେଙ୍କାନାଳ : ସାଇକେଲ ଆରୋହୀଙ୍କୁ ଚାପିଦେଲା ଟ୍ରାକ୍ଟର । ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅଧୀନ ମୀନାବଜାର ଅଞ୍ଚଳରେ ଘଟିଛି ଦୁର୍ଘଟଣା । ଦ୍ରୁତଗାମୀ ଟ୍ରାକ୍ଟର ଦୋକାନ ସମ୍ମୁଖରେ ଛିଡା ହୋଇଥିବା ଜଣେ ଚାଟ ଦୋକାନୀ ଯୁବକଙ୍କ ଉପରେ ଚଢିଯାଇଛି । ଫଳରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରତିକ ତନ୍ନା । ରତିକ କୈାଣସି କାମରେ ବାହାରକୁ ଯାଇଥିଲେ । ଅପରାହ୍ନ ୧ଟା ସମୟରେ ସେ ଏକ ଦୋକାନ ସମ୍ମୁଖରେ ଛିଡା ହୋଇଥିବା ବେଳେ ଦୁର୍ଘଟଣା ଘଟିଛି । ତେବେ ଟ୍ରାକ୍ଟର ଚାଳକ ମଦ ପିଇ ଥାଇ ପାରନ୍ତି ବୋଲି ସ୍ଥାନୀୟ ଲୋକ ଆଲୋଚନା କରୁଛନ୍ତି । ସୂଚନା ପାଇଁ ଢେଙ୍କାନାଳ ଅଗ୍ନିଶମ କାର୍ୟ୍ୟାଳୟର ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଦୁର୍ଘଟଣାର ସାମ୍ନା କରିଥିବା ଋତିକ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ସେଠାରେ ଋତିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ନେଇ ସୂଚନା ମିଳିବା ପରେ ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଭିଯୁକ୍ତ ଟ୍ରାକ୍ଟର ଚାଳକ ଭଗବାନପୁର ନିବାସୀ ସପନୀ ଦେହୁରୀ ବୋଲି ଜଣାପଡ଼ିଛି। ପୁଲିସ ତାକୁ ଅଟକ ରଖି ପଚରାଉଚରା କରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login