The Ultimate Managed Hosting Platform
ADVERTISEMENT

ଚାନ୍ଦା ଆଦୟକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

Facebook
Twitter
LinkedIn

ଭୁବନେଶ୍ୱର : ପାର୍ବଣ ସମୟରେ ଚାନ୍ଦା ଆଦାୟକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟାନୁଷ୍ଠାନ । ସବୁ ଜିଲ୍ଲାର ଏସପିଙ୍କୁ ନିଦେ୍ର୍ଦଶ ଦିଆଯାଇଛି କହିଲେ ପୋଲିସ ମହାନିଦେ୍ର୍ଦଶକ । ଅସାମାଜିକ କାର୍ଯ୍ୟାଳୟ ରୋକିବାକୁ ସିସିଟିଭି ଓ ଡ୍ରୋନ ବ୍ୟବହାର ହେବ । ସନ୍ଦିଗ୍ଧଙ୍କ ଉପରେ କଡା ନଜର ରଖାଯାଇଛି । ଡିସିପି କହିଛନ୍ତି ଯେ, କେହି ବଳପୂର୍ବକ ପୂଜା ଚାନ୍ଦା ମାଗିଲେ ପୋଲିସକୁ ଫୋନ୍ କରି ଜଣାନ୍ତୁ । ଏଥିପାଇଁ ଫୋନ୍ ନମ୍ବର ମଧ୍ୟ ଜାରି କରିଛି କଟକ କମିଶନରେଟ ପୋଲିସ । ଭୟ ନକରି ଫୋନ କରି ଜଣାଇବା ପାଇଁ ଜନସାଧାରଣଙ୍କୁ ଡିସିପି ଅପିଲ୍ କରିଛନ୍ତି । କଲ୍ କରିବାକୁ ଚାହୁଁଥିବା ବ୍ୟକ୍ତି ୨ଟି ମୋବାଇଲ୍ ନଂ ୭୩୨୮୦୭୭୩୨୪, ୮୪୮୦୫୧୩୦୦୭ ଫୋନ୍ କରନ୍ତୁ । ଅଭିଯୋଗକାରୀଙ୍କ ନାଁ ଗୋପନ ରଖି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା କମିଟି ସହ ଆଲୋଚନା, ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧି ମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଗୁଜବକାରୀଙ୍କୁ ଚିହ୍ନଟ, ପୂଜା ହେଉଥିବା ସ୍ଥାନରେ ବ୍ୟାପକ ପୋଲିସ ମୁତୟନ, ଭସାଣି ସମୟରେ ସତର୍କତା ପଦକ୍ଷେପ ଆଦି ପ୍ରସଙ୍ଗରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login