ଚାନ୍ଦବାଲି : ଶହ ଶହ କ୍ୟୁଣ୍ଟାଲ ଅପମିଶ୍ରିତ ସାର ଜବତ । ୩ ଟି ସ୍ଥାନରେ ରେଡ କଲା କୃଷି ଓ ରାଜସ୍ବ ବିଭାଗ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ନିମ୍ନମାନର ସାର ଗଚ୍ଛିତ ଥିବା ଅଭିଯୋଗ ପାଇଁ ତ୍ବରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି କୃଷି ଓ ରାଜସ୍ବ ବିଭାଗ । ଏହି ସ୍ଥାନଗୁଡ଼ିକ ବେଆଇ ଭାବେ ନକଲି ସାର ଗଚ୍ଛିତ କରାଯାଇଥିଲା । ୩ଟି ସ୍ଥାନରେ ରେଡ଼ କରି ବିପୁଳ ନକଲି ସାର ଓ କୀଟନାଶକ ଜବତ ହୋଇଛି । ସାର ଓ କୀଟନାଶକ ନମୁନ ପରୀକ୍ଷା ପାଇଁ ଲ୍ୟାବଟେରୀକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚାନ୍ଦବାଲି କୃଷି ବିଭାଗ ସହକାରୀ ଅଧିକାରୀ କହିଛନ୍ତି ।
Views: 19