The Ultimate Managed Hosting Platform
ADVERTISEMENT

ଚାକିରି ବଦଳରେ ଲାଲୁଙ୍କ ପରିବାରକୁ ଜାମିନ

Facebook
Twitter
LinkedIn

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ପାଇଁ ଭଲ ଖବର । ଲାଲୁ, ପତ୍ନୀ ରାବଡି ଦେବୀ, ଝିଅ ମୀସା ଭାରତୀ ଏବଂ ହେମା ଯାଦବଙ୍କୁ ଦିଲ୍ଲୀ ରାଉଜ ଲଭେନ୍ୟୁ କୋର୍ଟ ଜାମିନି ପ୍ରଦାନ କରିଛନ୍ତି । ଚାକିରି ବଦଳରେ ଜମି ଘୋଟାଲାରେ କୋର୍ଟ ବିଚାର କରିବା ସହ ଲାଲଙ୍କ ପରିବାର ସହ ଅନ୍ୟତମ ଅଭିଯୁକ୍ତ ହୃଦୟାନନ୍ଦ ଚୌଧୁରୀଙ୍କୁ ମଧ୍ୟ ଜାମିନ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ, ଚାକିରି ପାଇଁ ଜମି ମାମଲାରେ ଲାଲୁ ଏବଂ ତାଙ୍କ ପରିବାରକୁ ନିୟମିତ ରାଜନୈତିକ କଟାକ୍ଷର ଶିକାର ହେବାକୁ ପଡୁଛି । ଏହା ପୂର୍ବରୁ ଶୁକ୍ରବାର କୋର୍ଟରେ ହାଜର ହେବାକୁ ରାବଡି ଦେବୀ, ଝିଅ ମୀସା ଓ ହେମା ପଣ୍ଡାରା ରୋଡ ବାସଭବନରୁ ଗୋଟିଏ ଗାଡିରେ ଆସିଥିଲେ । ସେମାନଙ୍କ ଜାମିନ ଉପରେ ଜଷ୍ଟିସ୍ ବିଶାଲ ଗୋଗନେ ଶୁଣାଣି କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login