ଭୁବନେଶ୍ୱର : ପରଲୋକରେ ପୂର୍ବତନ ବିଧାୟିକା ଭି.ସୁଜ୍ଞାନ କୁମାରୀ ଦେଓ । ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରରୁ ୧୦ ଥରର ବିଧାୟିକା । ସୁଜ୍ଞାନ କୁମାରୀ ଏକାଧାରର ନେତ୍ରୀ, ସମାଜସେବୀ, ଆଶୁଲେଖିକା, ଷ୍ଟାମ୍ପ ସଂଗ୍ରାହକ। ୧୯୬୧ ମସିହାରେ ସେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ୧୯୬୧, ୧୯୭୪, ୧୯୭୭, ୧୯୮୫, ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ରେ ବିଧାୟିକା ନିର୍ବାଚିତ ହୋଇଥିଲେ । ପ୍ରଥମ ଥର ପାଇଁ ସେ ୧୯୬୧-୬୭ ପର୍ୟ୍ୟନ୍ତ ଖଲ୍ଲିକେ।ଟ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ତରଫରୁ ବିଧାୟିକା ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ପୁଣି ଥରେ ଉତ୍କଳ କଂଗ୍ରେସ ତରଫରୁ ୧୯୭୪-୧୯୭୭ ପର୍ୟ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ ।ତୃତୀୟ ଥର ପାଇଁ ଜନତାର ପ୍ରାର୍ଥୀ ରୂପେ ୧୯୭୭-୧୯୮୦ ପର୍ୟ୍ୟନ୍ତ ସେ ଖଲ୍ଲିକୋଟର ବିଧାୟିକା ନିର୍ବାଚିତ ହୋଇଥିଲେ । ଚତୁର୍ଥ ଥର ପାଇଁ ଜନତା ପାର୍ଟି ତରଫରୁ ୧୯୮୫-୯୦ ପର୍ୟ୍ୟନ୍ତ ବିଧାୟିକା ନିର୍ବାଚିତ ହୋଇଥିଲେ ।
ସେ ୧୯୯୦-୯୫ ପର୍ୟ୍ୟନ୍ତ ଜନତା ଦଳ ତରଫରୁ ଖଲ୍ଲିକୋଟରୁ ଚତୁର୍ଥ ଥର ପାଇଁ ବିଧାୟିକା ନର୍ବ।ଚିତ ହୋଇଥିଲେ । ସେ ୧୯୯୫-୨୦୦୦ ପର୍ୟ୍ୟନ୍ତ ପୁଣି ଥରେ ଜନତା ଦଳ ତରଫରୁ ନିର୍ବାଚନ ଲଢି ବିଧାୟିକା ନିର୍ବ।ଚିତ ହୋଇଥିଲେ । ୨୦୦୦ରୁ ୨୦୦୯ ଯାଏ ବିଜୁ ଜନତା ଦଳର ବିଧାୟିକା ଥିଲେ ସୁଜ୍ଞାନ। ୨୦୦୯ରୁ ୨୦୧୯ ଯାଏ ବିଜୁ ଜନତା ଦଳ ପକ୍ଷରୁ ସେ ଥିଲେ କବିସୂର୍ୟ୍ୟନଗର ବିଧାୟିକା। ପ୍ରବାଦପୁରୁଷ ବିଜୁବାବୁଙ୍କ ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ। ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତ୍ରୀ ତଥା ଖଲ୍ଲିକୋଟ ରାଣୀ ସୁଜ୍ଞାନ କୁମାରୀ ଦେଓ ଗଞ୍ଜାମ ରାଜନୀତିର ଜଣେ ସମ୍ମାନନୀୟ ବ୍ୟକ୍ତିତ୍ୱ। ବିଜୁ ପଟ୍ଟନାୟକଙ୍କ ସମୟରୁ ସେ ରାଜନୀତିରେ ଯୋଗ ଦେଇଥିଲେ।
୧୯୩୭ ମସିହା ଅଗଷ୍ଟ ୫ରେ ଜନ୍ମଗ୍ରହଣ କରିଥିଲେ ସୁଜ୍ଞାନ। ପିତା ରାଜା ଆର.ଭି.ଏମ ନୀଳାଦ୍ରି ଦେଓଙ୍କ କନ୍ୟା ଭାବେ ସେ ରାଜକାର୍ୟ୍ୟରେ ନିଜକୁ ନିୟୋଜିତ କରିଥିଲେ ବି ସମାଜସେବାକୁ କରିଥିଲେ ଜୀବନର ବ୍ରତ। ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜ ଦେଓ ବହୁବର୍ଷ ଆଗରୁ ଇହଲୀଳା ତ୍ୟାଗ କରିଥିଲେ।
ଭି. ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ , ୮୬ ବର୍ଷ ବୟସରେ ଦେହାନ୍ତ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







