ଟିଟିଲାଗଡ଼: ଚାକିରି କରାଇଦେବା ନାଁରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ । ଘଟଣାଟି ଘଟିଛି ଟିଟିଲାଗଡ ବ୍ଲକ ପଡାରେ । ଠକକୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ ପୋଲିସ । ଅଭିଯୋଗ ଅନୁସାରେ ଟିଟିଲାଗଡ ବ୍ଲକ ପଡାର ଗୀତାଞ୍ଜଳି ମୁଣ୍ଡାଙ୍କ ଠାରୁ ସୁରଜ ପାଣ୍ଡେ ପୁଅ ଓ ଝିଅକୁ ଚାକିରି କରେଇ ଦେବା ନାଁରେ ୨୪ ଲକ୍ଷ ଟଙ୍କା ନେଇଥିଲା । ଏହାସହ ମୋବାଇଲ ଓ ଏକ ସ୍କୁଟି ମଧ୍ୟ ନେଇଥିଲା । ଝିଅକୁ ଏଏନଏମ ନର୍ସିଂ ଓ ପୁଅକୁ ରେଲଓ୍ବେ ଲୋକ ପାଇଲଟରେ ଚାକିରି କରେଇ ଦେବାକୁ କହିଥିଲା । ତେବେ ଗୀତାଞ୍ଜଳିଙ୍କର ସୁରଜ ଉପରେ ସନ୍ଦେହ ହୋଇଥିଲା । ଏନେଇ ସେ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଠକେଇ ପ୍ରମାଣ ମିଳିବା ପରେ ପୋଲିସ ସୁରଜଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Views: 84











