ରାୟଗଡା : ରାତିରେ ଶୋଇବା ସମୟରେ ଘରର କାନ୍ଥ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପୋଙ୍ଗା ଗ୍ରାମ ପଞ୍ଚାୟତ କୁଲୁମୁହିଁ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମସ୍ତେ ରାତିରେ ଖାଇସାରି ଘରେ ଶୋଇଥିବା ବେଳେ ବର୍ଷା ପାଣିରେ ଭିଜି ଯାଇଥିବା ଘର କାନ୍ଥ ଭୁଶୁଡି ପଡିଥିଲା । ଏହି ଅଘଟଣ ୧୨ ବର୍ଷୀୟ ବଡଝିଅ ସାମନ୍ତୀର ମୃତ୍ୟୁ ହୋଇଥିବା ଜଣା ପଡିଛି । ଅଧିକ ଗୁରୁତର ଥିବା ବ୍ୟକ୍ତିଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି । ଏହି ଖବର କଲ୍ୟାଣସିଂପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
Views: 77











