The Ultimate Managed Hosting Platform
ADVERTISEMENT

ଚଳିତ ବର୍ଷ ୪୦ ହଜାର ନିଯୁକ୍ତି ଦେବେ ରାଜ୍ୟ ସରକାର

Facebook
Twitter
LinkedIn

ଭୁବନେଶ୍ୱର : ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ରାଜ୍ୟ ସରକାର ଆଜି ପ୍ରାକ୍ ବଜେଟ୍ ବୈଠକ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଆଗାମୀ ଆର୍ଥିକ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କୃଷି, ବ୍ୟବସାୟ ଆଦି ପ୍ରମୁଖ ଦିନରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯାଇଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଣମାଧ୍ୟମକୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ଏତଦ୍ ବ୍ୟତୀତ ଜନସାଧାରଣ ମଧ୍ୟ ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ମତାମତ ଦେଇପାରିବେ। ରାଜ୍ୟ ସରକାର ଦେଢ଼ ଲକ୍ଷ ନିଯୁକ୍ତି ନେଇ ପ୍ରତିଶ୍ରୁତି ରଖିଥିଲେ। ଚଳିତ ବର୍ଷ ସରକାର ୪୦ ହଜାର ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛନ୍ତି। ବିଶେଷ ଭାବେ ଆଇଟି, ପେଟ୍ରୋ କେମିକାଲ ଓ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍କୁ ଗୁରୁତ୍ବ ଦିଆଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login