ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ଚମୋଲିର ମାଣାରେ ୩ ଦିନ ପୂର୍ବରୁ ହୋଇଥିବା ହିମସ୍ଖଳନର ଉଦ୍ଧାର କାର୍ୟ୍ୟ ଶେଷ ହୋଇଛି । ୩ ଦିନ ଧରି ଚାଲିଥିବା ଉଦ୍ଧାର କାର୍ୟ୍ୟ ଆଜି ଶେଷ ହୋଇଛି । ହିମଖଣ୍ଡ ତଳୁ ୪୬ ଜଣଙ୍କୁ ମିଳିଲା ନୂଆ ଜୀବନ । ଉତ୍ତରାଖଣ୍ଡ ବଦ୍ରିନାଥ ହିମସ୍ଖଳନରେ ଫସିଥିବା ୫୪ ଶ୍ରମିକଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ଘଟିଛି । ଆହତ ଶ୍ରମିକଙ୍କୁ ଅଧିକ ଚିକିତ୍ସା ପାଇଁ ଯୋଶୀମଠରେ ଥିବା ଆର୍ମୀ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଛି । ଘଟଣା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତୁରନ୍ତ ଉଚ୍ଚ ଅଧିକାରୀ ଏବଂ ଏସଡିଆରଏଫ ଟିମଙ୍କୁ ସକ୍ରିୟ କରିଥିଲେ ଏବଂ ନିଜେ ଏହା ଉପରେ ନଜର ରଖିଥିଲେ । ତେବେ ଉଦ୍ଧାର କାର୍ୟ୍ୟ ସରିବା ପରେ ଧାମି ସମସ୍ତ ଟିମକୁ ପ୍ରଶଂସା କରିଛନ୍ତି ।
Views: 33