ନୂଆଦିଲ୍ଲୀ : ସଫଳତା ପଥେ ଆଉ ପାଦେ ବଢିଲା ଚନ୍ଦ୍ରଯାନ-୩ । ପ୍ରୋପଲସନ ମୋଡ୍ୟୁଲରୁ ଅଲଗା ହେଲା ଲ୍ୟାଣ୍ଡର ମୋଡ୍ୟୁଲ । ଲ୍ୟାଣ୍ଡର ମୋଡ୍ୟୁଲର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅଲଗା । ଅବତରଣ ପୂର୍ବରୁ କକ୍ଷ ପଥରୁ ନିମ୍ନକୁ ଯିବ ଲ୍ୟାଣ୍ଡର ମୋଡ୍ୟୁଲ । କାଲି ଅପରାହ୍ନ ୪ଟା ସୁଦ୍ଧା ନିମ୍ନ କକ୍ଷପଥକୁ ଯିବା ସମ୍ଭାବନା । ଏନେଇ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ପ୍ରପଲସନ ମଡ୍ୟୁଲ ଠାରୁ ଅଲଗା ହୋଇ ଯାତ୍ରା ଜାରି ରଖିଛି ଲ୍ୟାଣ୍ଡର । ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପର୍ୟ୍ୟନ୍ତ ଲ୍ୟାଣ୍ଡର ବିକ୍ରମ ଏବେ ଏକୁଟିଆ ତାର ଏହି ଯାତ୍ରା ଜାରି ରଖିବ ।
Views: 87











