The Ultimate Managed Hosting Platform
ADVERTISEMENT

୨ ହଜାର ଟପିଲେ ଡେଙ୍ଗୁ ରୋଗୀ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ଚଳିତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ୫୦ ପ୍ରତିଶତ ଅଧିକ । ଏ ବର୍ଷ ଅଗଷ୍ଟ ୧୬ ସୁଦ୍ଧା ୨,୧୧୧ ରୋଗୀ ଚିହ୍ନଟ ହେଲେଣି । ଗତ ବର୍ଷ ଡେଙ୍ଗୁ ରୋଗୀ ସଂଖ୍ୟା ୧ ହଜାର ୪୪୧ ଥିଲା । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୧୫୫ ରୋଗୀ ଚିହ୍ନଟ । ବାଲେଶ୍ୱର ୧୭୯, ପୁରୀ ୧୫୦, କଟକ ୧୨୫ , ଜଗତସିଂହପୁର ୧୦୧ ରୋଗୀ ଚିହ୍ନଟ ।
ଏପଟେ ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ ଡେଙ୍ଗୁ ରୋଗୀଙ୍କ ଭିଡ ଲାଗୁଛି । ଘରୋଇ ହସ୍ପିଟାଲରେ ବି ମାଳମାଳ ରୋଗୀ ଭର୍ତି ହେଉଛନ୍ତି । ରାଜଧାନୀର ନିର୍ଦ୍ଦିଷ୍ଟ କିଛି ଅଞ୍ଚଳରେ ଘର ପିଛା ୨ ଜଣ ରୋଗୀ ଚିହ୍ନଟ ହେଉଛନ୍ତି । ବିଶେଷ କରି ଆଚାର‌୍ୟ୍ୟ ବିହାର, ନୟାପଲ୍ଲୀ ଓ ସହିଦ ନଗରରେ ଘରେ ଘରେ ଲୋକଙ୍କୁ ଜ୍ୱର ହେଉଛି । ରକ୍ତ ପରୀକ୍ଷା କରିବାରୁ ଡେଙ୍ଗୁ ହୋଇଥିବା ଜଣାପଡୁଛି । ଡେଙ୍ଗୁ ରୋଗୀଙ୍କ ରକ୍ତରେ ପ୍ଲେଟଲେଟ୍ କମି ଯାଉଛି । ଫଳରେ ଆକ୍ରାନ୍ତ ଅଧିକ ଦୁର୍ବଳ ହୋଇଯାଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login